Only for Entertainment

୧୯ତମ ଆଇଫା ଆୱାର୍ଡ ଶୋ’କୁ ହୋଷ୍ଟ କରିବେ ରଣବିର୍!

0 54

୧୯ତମ ଆଇଫା ଆୱାର୍ଡ ଶୋ’କୁ ହୋଷ୍ଟ କରିବାରେ ନଜର ଆସିଲେ ବଲିଉଡ୍ ହାର୍ଟଥ୍ରୋବ୍ ରଣବିର୍ କପୁର୍ । ବାଙ୍କକକ୍ ରେ ଅନୁଷ୍ଠିତ ହେବାକୁ ଥିବା ଆଇଫା – ୨୦୧୮ ସେରିମନିରେ ରଣବୀର୍ ତୁଲାଇବେ ହୋଷ୍ଟିଂର ଦାୟିତ୍ୱ ।

ନିକଟରେ ଆୟୋଜିତ ଆଇଫାର ପ୍ରେସ୍ କନ୍ଫରେନ୍ସରେ ଉପସ୍ଥିତ ହୋଇ ରଣବିର୍ ନିଜର ହୋଷ୍ଟିଂ ବିଷୟରେ କିଛି କଥା ସେୟାର୍ କରିଛନ୍ତି । ରଣବିର କହିଛନ୍ତି ଲାଇଭ୍ ଅଡିଏନ୍ସଙ୍କ ସାମ୍ନାରେ ପର୍ଫମ କରିବାକୁ ତାଙ୍କୁ ବହୁତ ନର୍ଭସ ଲାଗେ । ରଣବିର୍, ବଲିଉଡ୍ର ଅନ୍ୟ ସେଲିବ୍ରିଟି ଯେପରି କରଣ ଜୋହର୍, ସାହିଦ କପୁର୍, ଦିୟା ମିର୍ଜା, ଏବଂ କାର୍ତିକ ଆର୍ୟନଙ୍କ ସହ ଏହି ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ନିଜର ଆଇଫା – ୨୦୧୮ ବିଷୟରେ ଘୋଷଣା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More