Only for Entertainment

ଇଲିଆନା ଙ୍କ ପ୍ରେମରେ ଫାଟ, ଅଷ୍ଟ୍ରେଲିଆନ ବୟଫ୍ରେଣ୍ଡଙ୍କ ସହ ହେଲା ବ୍ରେକଅପ !

124

କେତେବେଳେ ଲଭଷ୍ଟୋରୀ ତ କେତେବେଳେ ମାରେଜ୍ ପୁଣି କେତେବେଳେ ସେଲିବ୍ରିଟିଙ୍କ ବ୍ରେକ୍ ଅପ୍ର ଖବର ଶୁଣିବାକୁ ମିଳେ । ଏବେ ଏମିତି ଏକ ସେଲିବ୍ରିଟି କପଲଙ୍କ ବ୍ରେକ୍ ଅପ୍ ଖବର ବେଶ୍ ଚହଳ ସୃଷ୍ଟି କରିଛି । ଏହି କପଲ୍ ହେଲେ ଅଭିନେତ୍ରୀ ଇଲିଆନା ଡି’କୃଜ୍ ଓ ତାଙ୍କ ବିଦେଶୀ ବୟଫ୍ରେଣ୍ଡ ଆଣ୍ଡ୍ରିୟୁ ନିବୋନ୍ । ଖବର ମିଳୁଛି କି ପରସ୍ପର ଠାରୁ ଅଲଗା ହୋଇଛନ୍ତି ଇଲିଆନା ଓ ଆଣ୍ଡ୍ରିୟୁ ।

ବିଦେଶୀ ବୟଫ୍ରେଣ୍ଡ ହାତ ଛାଡିଲେ ବଲିଉଡ୍ ସୁନ୍ଦରୀ ଇଲିଆନା ଡିକୃଜ୍ । ଏମିତି ଏକ ଖବର ବେଶ୍ ଚର୍ଚ୍ଚା ସାଉଁଟିଛି ମାୟାନଗରୀରେ । ଗତ କିଛି ବର୍ଷ ଧରି ଅଷ୍ଟ୍ରେଲିୟା ଫଟୋଗ୍ରାଫର୍ ଆଣ୍ଡ୍ରିୟୁ ନିବୋନଙ୍କୁ ଡେଟ୍ କରି ଆସୁଥିଲେ ଇଲିଆନା । ଦୁହିଁଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିବା ସହ, ନିଜ ସମ୍ପର୍କକୁ କେବେବି ଲୁଚାଇ ନଥିଲେ ଇଲିଆନା । ସୋସିଆଲ୍ ମିଡିଆରେ ମଧ୍ୟ ବୟଫ୍ରେଣ୍ଡ ଆଣ୍ଡ୍ରିୟୁଙ୍କ ସହ ଅନେକ ଫଟୋ ସେୟାର୍ କରିଥିଲେ ଇଲିଆନା । ହେଲେ ଗତ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଅନେକ ଝଗଡା, ପାଟିତୁଣ୍ଡ ଲାଗି ରହୁଥିଲା । ଏପରିକି ଦୁହେଁ କଥାବାର୍ତା ମଧ୍ୟ ବନ୍ଦ କରିଦେଇଥିବା ଜଣାପଡିଛି । ଯାହା ସୂଚନା ଦେଉଛି ଯେ ଦୁହେଁ ଅଲଗା ହୋଇସାରିଛନ୍ତି ।

 

View this post on Instagram

 

Got caught in the rain the other day. Had mixed feelings about it as you can see ? – ? @andrewkneebonephotography ♥️

A post shared by Ileana D’Cruz (@ileana_official) on

ସ୍ପଟବୟ ର ଏକ ଖବର ଅନୁସାରେ ଇଲିଆନା, ଆଣ୍ଡ୍ରିୟୁଙ୍କ ସହ ବ୍ରେକ୍ ଅପ୍ କରିଦେଇଛନ୍ତି । କେବଳ ସେତିକି ନୁହେଁ ସୋସିଆଲ୍ ମିଡିଆରେ ଆଣ୍ଡ୍ରିୟୁଙ୍କ ସହ ସେୟାର୍ କରିଥିବା ପ୍ରତ୍ୟେକ ଫଟୋକୁ ମଧ୍ୟ ଡିଲିଟ୍ କରିଦେଇଛନ୍ତି ଇଲିଆନା । ଗତ ବର୍ଷ ଖବର ଆସୁଥିଲା କି ଇଲିଆନା ସିକ୍ରେଟ୍ଲି ଆଣ୍ଡ୍ରିୟୁଙ୍କୁ ବିବାହ କରିଦେଇଛନ୍ତି । ମାତ୍ର ପରେ ଏହାକୁ ମିଛ ବୋଲି କହିଥିଲେ ଇଲିଆନା । ଇଏତ ଇଲିଆନାଙ୍କ ବ୍ୟକ୍ତିଗତ ଜୀବନ କଥା । ଯଦି ତାଙ୍କ ଫ୍ରଫେସ୍ନାଲ୍ କ୍ୟାରିୟର୍ ବିଷୟରେ ଆଲୋଚନା କରିବା, ତେବେ ଏହି ସୁନ୍ଦରୀ ସାଉଥ ଇଣ୍ଡଷ୍ଟ୍ରୀରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଆଉ ବର୍ଫି ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଏହି ସୁନ୍ଦରୀ । ଆଉ ବଲିଉଡରେ ଫଟା ପୋଷ୍ଟର୍ ନିକଲା ହିରୋ, ମେଁ ତେରା ହିରୋ, ହାପି ଏଣ୍ଡିଂ, ରୁସ୍ତମ୍, ବାଦଶାହଓ, ରେଡ୍ ଆଦି ସିନେମାରେ ନିଜ ଆକର୍ଷଣୀୟ ଅଭିନୟ ଭେଟିଦେଇଛନ୍ତି ଇଲିଆନା ଡି’କୃଜ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More