Only for Entertainment

ପୁଣିଥରେ ଏହି ଯୋଡ଼ିକୁ ଏକା ସାଙ୍ଗରେ ଦେଖିବାକୁ ପାଇବେ ଦର୍ଶକ

Bollywoodlife.com
0 51

ବଲିଉଡ ଅଭିନେତା ଶାହିଦ କପୁର ଏବଂ ଅଭିନେତ୍ର୍ରୀ ଇଲିୟାନ ଡିକ୍ରୁଜ ୨୦୧୩ରେ ପ୍ରଥମ ଥର ପାଇଁ ଫିଲ୍ମ ଫଟା ପୋଷ୍ଟର ନିକଲା ହିରୋରେ ଏକା ସାଙ୍ଗରେ ନଜର ଆସିଥିଲେ । କିନ୍ତୁ ଫିଲ୍ମଟି ଦର୍ଶକଙ୍କୁ ବିଶେଷ ପସନ୍ଦ ଆସିନଥିଲା । ଏବେ ଦୁଇଜଣ ପୁଣିଥରେ ନିର୍ଦ୍ଦେଶକ ଶ୍ରୀ ନାରାୟଣ ସିଂଙ୍କ ଫିଲ୍ମରେ ଏକା ସାଙ୍ଗରେ ନଜର ଆସିବେ । ସୂଚନା ଅନୁଯାୟୀ ପ୍ରଥମେ କ୍ୟାଟ୍ରିନାଙ୍କୁ ସିଲେକ୍ଟ କରାଯାଇଥିଲା କିନ୍ତୁ ପରେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଥିଲା ।
ଶ୍ରୀ ନାରାୟଣ ସିଂ ବଲିଉଡରେ ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ‘ଟଏଲେଟ ଏକ ପ୍ରେମ କଥା’ରେ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ଯାହାପରେ ଏହା ତାଙ୍କର ଦ୍ୱିତୀୟ ଫିଲ୍ମ ହେବ । ତେବେ ଚଳିତବର୍ଷ ଶାହିଦ ବଲିଉଡରେ ବିଶେଷ ସଫଳତା ହାସଲ କରି ପାରିନାହିଁ । କାରଣ ତାଙ୍କର ଏବର୍ଷର ଫିଲ୍ମ ରଙ୍ଗୁନ ବଲିଉଡରେ ଖାସ କମାଲ କରିପାରିନାହିଁ । ଅନ୍ୟ ପକ୍ଷରେ ତାଙ୍କ ଦ୍ୱିତୀୟ ଫିଲ୍ମ ପଦ୍ମାବତୀ ବିବାଦ ମଧ୍ୟରେ ଘେରି ରହିଛି ।
ଇଲିୟାନା ଡିକ୍ରୁଜ ମଧ୍ୟ ଏହି ବର୍ଷ ଫିଲ୍ମ ମୁବାରକା ଏବଂ ବାଦଶାହୋରେ ନଜର ଆସିଛନ୍ତି । ଯଦିଓ ଏହି ଦୁଇଟି ଫିଲ୍ମ ବକ୍ସ ଅଫିସ୍ରେ ଠିକ ଠାକ ରହିଥିଲା କିନ୍ତୁ ଇଲିୟାନା ଏତେ ପ୍ରଶଂସା ପାଇ ପାରିନାହାନ୍ତି । ଏହା ବ୍ୟତୀତ ସେ ପୁଣିଥରେ ଅଜୟ ଦେବଗନଙ୍କ ସହିତ ଫିଲ୍ମ ରେଡରେ ନଜର ଆସିବେ । ତେବେ ଶାହିଦଙ୍କ ଏହି ଫିଲ୍ମର ନା ହେଉଛି ‘ବତୀ ଗୁଲ ମିଟର ଚାଲୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More