Only for Entertainment

ସିବିଏସଇକୁ ନେଇ ଅପମାନଜନକ ଶବ୍ଦ ବ୍ୟବହାର କଲେ ଇମରାନ ହାସମୀ ।

youtube
0 38

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସଇ ଯୁକ୍ତ ୨ର ଇକୋନୋମିକ୍ସ ଏବଂ ମ୍ୟାଟ୍ରିକର ମ୍ୟାଥ ପରୀକ୍ଷାକୁ ସରକାର ଦ୍ୱିତୀୟ ଥର କରାଇବା ନିଷ୍ପତ୍ତିରେ କେବଳ ଛାତ୍ର ଛାତ୍ରୀମାନେ ନିରାଶ ହୋଇନାହାଁନ୍ତି ବରଂ ବଲିଉଡର ପ୍ରସିଦ୍ଧ ବ୍ୟକ୍ତିମାନେ ମଧ୍ୟ ଏଥିରେ ନିରାଶ ହେବା ସହିତ ପ୍ରତିକ୍ରିୟା ଦେଖାଇଛନ୍ତି । ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଖୁବ ଆଲୋଚନା ଜାରି ରହିଛି ।


ବଲିଉଡ ତାରକା ମାନଙ୍କ ମଧ୍ୟରେ ଫରହାନ ଅଖତର,ରାହୁଲ ଢୋଲକିଆ,ବିବେକ ଓବରାୟ ଓ ଇମରାନ ହାସମୀଙ୍କ ଭଳି ତାରକାମାନେ ମଧ୍ୟ ସାମିଲ ଅଛନ୍ତି । ତେବେ ଇମରାନ ଏତେ ମାତ୍ରାରେ ନିରାଶ ହୋଇଛନ୍ତିଯେ ସେ ସିବିଏସଇକୁ ଅପମାନ ହେବା ଭଳି ଶବ୍ଦ ବ୍ୟବହାର କରିଛନ୍ତି ।

ଏହି ବିଷୟରେ ଫରହାନ ଟ୍ୱିଟ କରି କହିଛନ୍ତିଯେ, ସମସ୍ତ ଛାତ୍ରଙ୍କ ପାଇଁ ଖୁବ ଦୁଃଖ ଅନୁଭବ ହେଉଛି । ସେମାନଙ୍କର କୌଣସି ଭୁଲ ନଥାଇ ମଧ୍ୟ ସେମାନଙ୍କୁ ଦ୍ୱିତୀୟ ଥର ପରୀକ୍ଷା ଦେବାକୁ ପଡ଼ିବ । ଏହି କଠିନ ସମୟରେ ସେମାନଙ୍କ ଧୈର୍ଯ୍ୟ ରଖିବାକୁ ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More