Only for Entertainment

ବାସ୍ତୁ ଶାସ୍ତ୍ରରେ ଚଟାଣର ମଧ୍ୟ ପ୍ରମୁଖ ଭୂମିକା ରହିଛି ।

linkedin.com
0 44

ବାସ୍ତୁ ଶାସ୍ତ୍ରର ଏକ ପ୍ରମୁଖ ଭୂମିକା ରହିଛି । ଯାହା ଠିକ ଭୁଲ ବିଷୟରେ ବିଭିନ୍ନ ସୂଚନା ପ୍ରଦାନ କରିଥାଏ । କେହି କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଅଧିକାଂଶ ବ୍ୟକ୍ତି ଏହାକୁ ବିଶ୍ୱାସ କରନ୍ତି ଏବଂ ନିୟମ ସବୁ ପାଳନ ମଧ୍ୟ କରନ୍ତି । ବାସ୍ତୁ ଶାସ୍ତ୍ରରେ ବିଭିନ୍ନ କଥା ବିଷୟରେ ତ କୁହାଯାଇଛି । କେଉଁ ସ୍ଥାନରେ କ’ଣ ରଖିବା ଦରକାର ସେ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି ଏବଂ ପ୍ରାୟ ବ୍ୟକ୍ତି ଏହାକୁ ଜାଣିଛନ୍ତି ମଧ୍ୟ । କିନ୍ତୁ ଚଟାଣକୁ ନେଇ ମଧ୍ୟ ବାସ୍ତୁ ଶାସ୍ତ୍ରରେ ଯେ କିଛି ନିୟମ ରହିଛି ତାହାକୁ ସମସ୍ତେ ଜାଣି ନାହାଁନ୍ତି । ଯାହାକୁ ଜାଣିବା ନିହାତି ଦରକାର । ଆସନ୍ତୁ ସେ ସବୁ ପ୍ରତି ଦୃଷ୍ଟି ପକାଇବା ।

  • ଘରର ମୁଖ୍ୟ ଦ୍ୱାର କିମ୍ବା ସିଡ଼ି ପାଖରେ ଫଟା ଚଟାଣ ଥିଲେ ଏହା ଧନ ବର୍ଦ୍ଧନକୁ ରୋକିଥାଏ । ଯଦି ଘର କିମ୍ବା ଦୋକାନରେ ଏଭଳି ଅଛି ତେବେ ତୁରନ୍ତ ତାହାକୁ ମରାମତି କରନ୍ତୁ ।
  • ଯଦି କାନ୍ଥର ରଙ୍ଗ ଗାଢା ତେବେ ହ୍ୱାଇଟ କିମ୍ବା ଅଫ ହ୍ୱାଇଟ ମାର୍ବଲ ବ୍ୟବହାର କରିବା ଉଚିତ । ଏହା ଘରକୁ କୌଣସି କ୍ଷତି ପହଂଚିବାରୁ ରକ୍ଷା କରିଥାଏ ।
  • ସିଡ଼ିକୁ ଉଡେନ ଚଟାଣ କରିବା ଉଚିତ ।ଏହାକୁ ଶୁଭ ବୋଲି କୁହାଯାଏ । କାରଣ ସିଡି ଦୁଇଟି ଚଟାଣକୁ ସଂଯୋଗ କରିଥାଏ । ତେଣୁ କାଠର ବ୍ୟବହାର ଦ୍ୱାରା ସମ୍ପନ୍ନତା ଏବଂ ସମୃଦ୍ଧି ହୋଇଥାଏ ।
  • ଘର କିମ୍ବା ଦୋକାନର ଦକ୍ଷିଣ ପଶ୍ଚିମ ଭାଗରେ ହଳଦିଆ ପଥର ବ୍ୟବହାର କରିବା ଉଚିତ । ଏହି ଦିଗରେ ଯଦି ସ୍ୱଳ୍ପ ମାତ୍ରାରେ ମଧ୍ୟ ହଳଦିଆ ପଥର ଲଗାଯାଏ ତେବେ ଧନର ସୁଅ ଛୁଟିଥାଏ ।
  • ପ୍ରାକୃତିକ ପଥର ମଧ୍ୟ ଖୁବ ଲାଭଦାୟକ ହୋଇଥାଏ । ସିନ୍ଥେଟିକ ପଥର ଅନୁସାରେ ପ୍ରାକୃତିକ ପଥରରେ ସକରାତ୍ମକ ଶକ୍ତି ଅଧିକ ଥାଏ । ପ୍ରାକୃତିକ ପଥର କିମ୍ବା ମାର୍ବଲ ନକରାତ୍ମକ ଶକ୍ତି ଠାରୁ ଦୂରେଇ ରଖିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More