Only for Entertainment

ଚରଣ ସ୍ପର୍ଶ କରିବା ର ମହତ୍ୱ , ଆସନ୍ତୁ ଜାଣିବା !

aapki saheli
0 67

ଭାରତୀୟ ପରିବାରରେ ଆପଣ ମଧ୍ୟ ଦେଖିଥିବେ ଘରର ଗୁରୁଜନ ଯେପରିକି ଜେଜେ-ଜେଜେମା, ମା-ବାପା ଏବଂ ବୟସ୍କ ବ୍ୟକ୍ତିଙ୍କର ପାଦ ସ୍ପର୍ଶ କରାଯାଇଥାଏ । ପାଦ ସ୍ପର୍ଶ କରିବା ଅର୍ଥ ହେଉଛି ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ପୂଜନୀୟଙ୍କ ଆଗରେ ନତମସ୍ତକ ହେବା । ପାଦ ସ୍ପର୍ଶ ଏତେ ମହତ୍ୱ ରହିଛି ଯେ ନିଜେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ବନ୍ଧୁଙ୍କ ଚରଣ ସ୍ପର୍ଶ କରିଥିଲେ ଏବଂ ଧୋଇଥିଲେ ମଧ୍ୟ । ନିଜ ଠାରୁ ବଡ ମାନଙ୍କୁ ଅଭିବାଦନ କରିବା ଲାଗି ପାଦ ସ୍ପର୍ଶ କରାଯାଏ । ଏହି ପରମ୍ପରା କେବେ ଠାରୁ ଚାଲି ଆସିଛି । ସନାତନ ଧର୍ମରେ ନିଜ ଠାରୁ ବଡ ମାନଙ୍କୁ ଆଦର କରିବା ଲାଗି ପାଦ ସ୍ପର୍ଶ କରିବା ଉତ୍ତମ ବୋଲି ମାନ୍ୟତା ରହିଛି । ତେବେ ଆସନ୍ତୁ ଜାଣିବା ପାଦ ସ୍ପର୍ଶ କରିବା ଦ୍ୱାରା କଣ ଲାଭ ମିଳେ..

ଗବେଷଣାରୁ ଜଣା ପଡିଛି ଯେ ବ୍ୟସ୍ତ ବହୁଳ ଜୀବନରେ ଜଣକର ଜଣକ ପ୍ରତି ସ୍ନେହ ଭରା ସ୍ପର୍ଶକୁ ମହତ୍ୱ ଦିଆଯାଇଛି , ଏହି ସମ୍ବନ୍ଧଦ୍ୱାରା ଅଧିକ ଭଲ ପାଇବା, ଭରସା, ସୁରକ୍ଷା ଏବଂ ଭାବନାତ୍ମକ ସମ୍ପର୍କ ଯୋଡି ହୋଇଥାଏ ।

ପାଦ ସ୍ପର୍ଶ କରିବା ଦ୍ୱାରା ପରସ୍ପର ମଧ୍ୟରେ ଆଦର, ନମ୍ରତା ଏବଂ ବିନୟ ଭାବ ଜାଗ୍ରତ ହୋଇଥାଏ ଏବଂ ଏହାଦ୍ୱାରା ସକରାତ୍ମକ ଶକ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More