Only for Entertainment

ଏହି କାରଣରୁ ସାଥୀଙ୍କୁ ଉପହାରରେ ଦିଆଯାଇଥାଏ ଟେଡି ବିୟର

DNA India
0 47

ଟେଡି ଡେ’ ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନ । ଏହି ଦିନ ଲୋକମାନେ ଟେଡି ବିୟର ଉପହାର ଦେଇ ପ୍ରେମକୁ ପ୍ରକାଶ କରିଥାନ୍ତି । ଟେଡି ବିୟର ଡେ’ ଯୁବ ପିଢି ମଧ୍ୟରେ ଖୁବ ଲୋକପ୍ରିୟ । ଖାସ ସେଥିପାଇଁ ବଜାରରେ ମିଳୁଥିବା ଟେଡି ବିୟର ଦୋକାନରେ ଯୁବ ପିଢିଙ୍କର ଭିଡ ଲାଗିରହିଥାଏ । ଟେଡି ଡେ’ରେ ପ୍ରତ୍ୟେକ ବ୍ୟକ୍ତି ନିଜ ପ୍ରିୟ ସାଥୀଙ୍କୁ ଟେଡି ବିୟର ଦେଇ ତାଙ୍କ ଭଲପାଇବାକୁ ପ୍ରକାଶ କରିଥାନ୍ତି । ଆପଣ ଭାବୁଥିବା କି ଟେଡି ବିୟର ଦେଇ କିପରି ଭଲ ପାଇବାକୁ ପ୍ରକାଶ କରିହେବ । କିନ୍ତୁ ଏହା ସତ୍ୟ ଯେ ଆପଣ ଦେଇଥିବା ଏକ ଟେଡି ବିୟର ନିଜ ସଥିଙ୍କ ନିକଟରେ ଆପଣଙ୍କର ଅନେକ ଭାବନାକୁ ପ୍ରକାଶ କରିଥାଏ ।

teddy-bear-wallpaper

ଝିଅମାନଙ୍କୁ ଟେଡି ବିୟର ବହୁତ ପସନ୍ଦ ଆସିଥାଏ । ଏହାର ଅନେକ ଗୁଡିଏ କାରଣ ରହିଛି । ଝିଅମାନଙ୍କୁ ଟେଡି ବିୟର ଦେବା ଫଳରେ ତାଙ୍କର ପିଲାଦିନର ସୃତି ତାଜା ହୋଇଥାଏ । ଏହା ବ୍ୟତୀତ ଝିଅମାନେ ଏକୁଟିଆ ସମୟରେ ଟେଡି ବିୟର ସହିତ ଶୋଇବା ଏବଂ କଥା ହେବାକୁ ପସନ୍ଦ କରିଥାନ୍ତି । ତେଣୁ ଆପଣ ଦେଇଥିବା ଟେଡି ବିୟର ଆପଣଙ୍କ ପ୍ରେମିକାଙ୍କର ଏକୁଟିଆପଣକୁ ଦୂର କରି ଆପଣଙ୍କର ନିକଟତର କରାଇଥାଏ । ଫଳରେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିଥାଏ ।

ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଟେଡି ବିୟର ଡେ’ ପାଳନ କରିବା ପାଇଁ ବଜାର ପ୍ରସ୍ତୁତ ହୋଇ ରହିଛି । ବଜାରରେ ଅନେକ ସାଇଜର, ରଙ୍ଗର ଏବଂ ବିଭିନ୍ନ ମୂଲ୍ୟର ଟେଡି ବିୟର ମିଳୁଛି । ଆପଣ ନିଜ ପସନ୍ଦ କିମ୍ବା ଆପଣଙ୍କ ଗର୍ଲଫ୍ରେଣ୍ଡଙ୍କ ପସନ୍ଦ ଅନୁସାରେ ଏହାର ଚୟନ କରିପାରିବେ । ଏହାସହ ଆପଣ ଏହାକୁ ସୁନ୍ଦର ଭାବେ ନିଜ ପସନ୍ଦ ଅନୁସାରେ ପ୍ୟାକ କରି ଆକର୍ଷଣୀୟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More