Only for Entertainment

ଚକୋଲେଟ ଡେ’ରେ କାହାକୁ ଦେବେ କେଉଁ ଚକୋଲେଟ ଜାଣନ୍ତୁ

Livestrong
0 54

ଚକୋଲେଟ ଡେ’ରେ ଜଣେ ଅନ୍ୟ ଜଣଙ୍କୁ ଚକୋଲେଟ ଦେଇ ନିଜ ଭାବନାକୁ ପ୍ରକାଶ କରିଥାଏ । ଗୋଟିଏ ପଟେ ଯୁବ ପିଢି ନିଜ ସାଥୀଙ୍କ ସହିତ ଚକୋଲୋଟ ଶେୟାର କରୁଥିବା ବେଳେ ଅନ୍ୟ ପକ୍ଷରେ ସାଧାରଣ ଲୋକ ଚକୋଲେଟର ଆଦାନ ପ୍ରଦାନ କରି ନିଜ ସମ୍ପର୍କ ମଧ୍ୟରେ ଥିବା ମନୋମାଳୀନକୁ ଦୂର କରିଥାନ୍ତି । ଚକୋଲେଟ ଡେ’ ଏପରି ଏକ ଦିନ ଯେଉଁ ଦିନ ଆମେ ଅନ୍ୟ ଜଣଙ୍କୁ ଚକୋଲେଟ ଦେଇ ନିଜ ମଧ୍ୟରେ ଥିବା ସମ୍ପର୍କକୁ ମଧୁର କରିପାରିବା ।
ଚକୋଲେଟ ଡେ’ରେ ଚକୋଲେଟ ଶେୟାର କରିବା ଭଲ କଥା । କିନ୍ତୁ ଏହା ଆହୁରି ମଧ୍ୟ ଭଲ ହୋଇପାରିବ ଯେତେବେଳେ ଆପଣ ସାମ୍ନାରେ ଥିବା ବ୍ୟକ୍ତିର ପସନ୍ଦକୁ ଜାଣିଥିବେ । ଏବଂ ଏହା ସହିତ ବଜାରରେ ମିଳୁଥିବା ଚକୋଲେଟର ଲ।ଭ ଏବଂ କ୍ଷତି ବିଷୟରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାରଣ ଏହା ଅନ୍ୟର ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା ବିଭିନ୍ନ ଚକୋଲେଟର ଫାଇଦା ଏବଂ ହାନିକାରକ ବିଷୟରେ ।

  • ମିଲ୍କ ଚକୋଲେଟ-
    ମିଲ୍କ ଚକୋଲେଟକୁ ଉପହାର ସ୍ୱରୂପ ଦେବା ସଠିକ କୁହାଯାଇଥାଏ । କାରଣ ମିଲ୍କ ଚକୋଲେଟ ଦୃଦୟ ସହ ଜଡିତ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
  • ଡାର୍କ ଚକୋଲେଟ-
    ଚକୋଲେଟ ଡେ’ ରେ ଡାର୍କ ଚକୋଲେଟ ଡାୟଟିଙ୍ଗରେ ଥିବା ଲୋକଙ୍କୁ ଗିଫ୍ଟି କରନ୍ତୁ । ଡାର୍କ ଚକୋଲେଟ ଓଜନକୁ ସନ୍ତୁଳନରେ ରଖିଥାଏ ।
  • କେକ ଚକୋଲେଟ-
    ଚକୋଲେଟ ଡେ’ରେ କେକ ଚକୋଲେଟ ସାଧାରଣ ରୂପେ ଶେୟାର କରାଯାଇଥାଏ । ଏହା ଯୁବ ପ୍ରେମୀଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ଅଧିକାଂଶ ଯୁବ ପ୍ରେମୀ ଚକୋଲେଟ ଡେ’ରେ ଚକେଲେଟ କେକ ଉପହାର ଦେବାକୁ ପସନ୍ଦ କରିଥାନ୍ତି ।
  • ହ୍ୱାଇଟ ଚକୋଲେଟ-
    ହ୍ୱାଇଟ ଚକୋଲେଟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ହ୍ୱାଇଟ ଚକୋଲେଟରେ କ୍ୟାଲସିୟମ ଥାଏ ଯାହା ହାଡକୁ ମଜବୁତ କରିଥୀଏ ।
  • ନଟସ୍ ଚକୋଲେଟ-
    ନଟସ୍ ଚକୋଲେଟ ଖାଇବା ପାଇଁ ଖୁବ ସ୍ୱାଦିଷ୍ଟ । ସେଥିପାଇଁ ଏହା ପିଲାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ । ତେଣୁ ଏହାକୁ ଉପହାରରେ ଦେବା ମଧ୍ୟ ଖୁବ ଭଲ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More