Only for Entertainment

ମି ଠୁ’କୁ ନେଇ ଇମରାନ ହାସମୀ ଦେଲେ ବୟାନ,କହିଲେ ଯେତେବେଳେ ଆକ୍ଟ୍ରେସଙ୍କ ସହିତ ଇଂଟିମେଂଟ ସୀନ କରେ…………………… ।

Hindustan Times
29

ଅଭିନେତ୍ରୀ ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ କେସ ଦେଇ ଧମାଲ ମଚାଇ ଦେଇଛନ୍ତି । ଗୋଟିଏ ପାଶ୍ୱର୍ରେ କେତେକ ବଡ଼ ଷ୍ଟାର ଏହାର ସପୋର୍ଟ ନେଉଥିବା ସମୟରେ କେତେକ ଏଥିରୁ ମୁକୁଳିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ତନୁଶ୍ରୀଙ୍କ କହିବା ଅନୁସାରେ ଇମରାନ ହାସମୀଙ୍କ ସହିତ ‘ଆଶିକ ବନାୟା ଆପନେ’ରେ ବୋଲ୍ଡ ସିନ ଦେଇ ସେ ସବୁଠାରୁ ବଡ଼ ଭୁଲ କରିଛନ୍ତି । କାରଣ ଏହାପରେ ତାଙ୍କୁ କେବଳ ବୋଲ୍ଡ ସିନ ପାଇଁ ଅଫର ମିଳିବାକୁ ଲାଗିଲା ।

ନିକଟରେ ମି ଠୁ କ୍ୟାମ୍ପେନକୁ ନେଇ ଇମରାନ ହାସମୀଙ୍କର ବୟାନ ଆସିଛି । ସେ ସୋସିଆଲ ମିଡିଆରେ ପୋଷ୍ଟର ଶେୟାର କରି ଲେଖିଛନ୍ତିଯେ ପ୍ରଡକ୍ସନ ହାଉସ ଏବଂ ସେଟ୍ରେ ମହିଳାଙ୍କ ସୁରକ୍ଷାକୁ ନେଇ କଡ଼ା ସୁରକ୍ଷା ଆଇନ ହେବା ଉଚିତ ।ଯୌନ ଶୋଷଣକୁ ଏବେ ଅଧିକ ସହ୍ୟ କରାଯାଇ ପାରିବ ନାହିଁ । ଫିଲ୍ମ ଲାଇନରେ ଗାଇଡ ଲାଇନ ହେବା ଉଚିତ ।ସେ କହିଛନ୍ତିଯେ ଏମଏନସିଜରେ ଏହାକୁ ନେଇ କଡ଼ା ନିୟମ ରହିଛି କିନ୍ତୁ ବଲିଉଡରେ ତାହା ନାହିଁ । ବର୍ତ୍ତବାନ ଯେଉଁ ମି ଠୁ ଚାଲିଛି ତାହା ବହୁ ପୂର୍ବରୁ ଆରମ୍ଭ ହେବା ଦରକାର ଥିଲା ।

ଇମରାନ ଏହା ମଧ୍ୟ କହିଛନ୍ତିଯେ ଯେତେବେଳେ ଆମେ ଇଂଟିମେଂଟ ସିନ କରୁ ପ୍ରଥମେ ଆମ କୋ ଷ୍ଟାରଙ୍କ ସହିତ ଭଲ ଭାବରେ ଆଲୋଚନା କରୁ । ଯଦି ସେ କମ୍ଫର୍ଟେବଲ ନ ହୁଅନ୍ତି ତେବେ ଆମେ ସେ ସିନ କରି ନଥାଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More