Only for Entertainment

ଇମ୍ତିଆଜ ଅଲୀଙ୍କ ଆଗାମୀ ଫିଲ୍ମରେ ନଜର ଆସିବ ରାଧା-କୃଷ୍ଣଙ୍କ ପ୍ରେମ ।

zee news
0 47

ଫିଲ୍ମନିର୍ମାତା ଇମତିଆଜ ଅଲୀ ରାଧା-କୃଷ୍ଣଙ୍କ ଶାଶ୍ୱତ ପ୍ରେମ କାହଣୀ ଉପରେ ଏକ ସ୍କ୍ରିପ୍ଟ ଲେଖିବେ ଏବଂ ଏହା ଉପରେ ଏକ ଫିଲ୍ମ ନିର୍ମାଣ କରିବା ସହିତ ନିର୍ଦ୍ଦେଶନା ମଧ୍ୟ ଦେବେ । ଏହାର ନିର୍ମାଣ ଇମତିଆଜ ଅଲୀଙ୍କ ପ୍ରଡକ୍ସନ ହାଉସ ୱିଣ୍ଡୋ ସିଟ ଫିଲ୍ମସ ଅଲ ଏଲ ପି ଏବଂ ଅନିଲ ଅମ୍ବାନୀଙ୍କ ପ୍ରଡକ୍ସନ ହାଉସ ରିଲିୟାନ୍ସ ଏଣ୍ଟରଟେନମେଣ୍ଟ ମିଳିତ ଭାବେ କରିବ ।

ଏହି ଫିଲ୍ମ ପାଇଁ ଏବେ ରିସର୍ଚ କାମ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ଇମତିଆଜ ଅଲୀ କହିଛନ୍ତି ସେ ପ୍ରଥମରୁ ରାଧା କୃଷ୍ଣଙ୍କ ପ୍ରେମ କାହାଣୀ ପ୍ରତି ଆକର୍ଷୀତ । ଏହା ସହିତ ସେ କହିଥିଲେ ରାଧା-କୃଷ୍ଣଙ୍କ ପ୍ରେମ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବା ଏକ ସ୍ୱପ୍ନ ପରି । ରିଲିୟାନ୍ସ ଏଣ୍ଟରଟେନମେଣ୍ଟର ଶିବାଷିସ ସରକାରଙ୍କ କହିବା ଅନୁସାରେ ରାଧା-କୃଷ୍ଣଙ୍କ ପ୍ରେମ କାହାଣୀ ସବୁ ପିଢି ପାଇଁ ଖୁବ ଆକର୍ଷଣୀୟ ହୋଇ ରହିଛି ଏବଂ ରହିବ । ଏହା ସହିତ ଏହି ବିଦ୍ୟାରେ ଇମତିଆଜ ଭାରତର ସବୁଠାରୁ ସଫଳ ଫିଲ୍ମ ନିର୍ମାତା ।

କହିରଖୁଛୁ ଯେ ଖୁବ ଶୀଘ୍ର ଇମତିଆଜ ଅଲୀଙ୍କ ଫିଲ୍ମ ‘ଲୈଲା ମଜନୁ’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମର୍ଡନ ଯୁଗର ଲୈଲା ମଜନୁଙ୍କ କାହାଣୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More