Only for Entertainment

ଓଡିଆ ଜାତିର ଗୌରବ ମଧୁସୂଦନ ଦାସଙ୍କ ସ˚ଗ୍ରହାଳୟକୁ ୧୨ ବର୍ଷରେ ଯାଇଛନ୍ତି ମାତ୍ର ୯ ହଜାର ପର୍ଯ୍ୟଟକ

Telegraph India
83

ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମ ଓଡ଼ିଆ ଓକିଲ ଭାବେ ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ଭାବେ ସୁପରିଚିତ । ତାଙ୍କର ଜନ୍ମ ୧୯୪୮ ମସିହା ଏପ୍ରିଲ ୨୮ ତାରିଖରେ ।  ତାଙ୍କର ଜନ୍ମ ଦିନକୁ ଆଇନ୍‌ଜୀବୀ ଦିବସ ତଥା ସ୍ୱାଭିମାନ ଦିବସ ଭାବେ ପାଳିତ ହେଉଅଛି । ସେ ଥିଲେ ଓଡ଼ିଆ ସ୍ୱାଭିମାନର ମୁର୍ତ୍ତିମନ୍ତ ପ୍ରତୀକ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ମଧୁସୂଦନ ଦାସ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

 ମଧୁସୂଦନ ଦାସଙ୍କ ସ୍ମୃତିରେ ଶୈଳବାଳା ସ୍ବୟଂଶାସିତ ମହିଳା କଲେଜ ପରିସରରେ ରହିଛି ମଧୁସୂଦନ ସ˚ଗ୍ରହାଳୟ। ମଧୁସୂଦନଙ୍କ ଘର ଏକ ପାର୍ଶ୍ବକୁ ସ˚ଗ୍ରହାଳୟରେ ପରିଣତ କରାଯାଇଛି। ୨୦୦୭ ମସିହାରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ସଂଗ୍ରହାଳୟ ଲୋକାର୍ପିତ କରାଯାଇଥିଲା। ସ˚ଗ୍ରହାଳୟରେ ମଧୁ ବାବୁଙ୍କ ବ୍ୟବହୃତ ସାରଞ୍ଜାମ ସମେତ ସଂଘର୍ଷ ଜୀବନ ଏବଂ ପରିବାର ସଦସ୍ୟଙ୍କ ଫଟେ ପ୍ରଦର୍ଶିତ ହେଉଛି। କିନ୍ତୁ ଇତିମଧ୍ୟରେ ୧୨ବର୍ଷ ବିତି ଯାଇଥିଲେ ବି ସଂଗ୍ରହାଳୟ ଉପଯୁକ୍ତ ପ୍ରଚାରପ୍ରସାର ଅଭାବରୁ ବର୍ଷତମାମ୍ ପର୍ଯ୍ୟଟକ ମରୁଡ଼ି ଦେଖିବାକୁ ମିଳିଛି।

Madhubabu-Profile-Pic

ଉଦ୍‌ବେଗଜନକ କଥା ହେଉଛି, ଗତ ୧୨ବର୍ଷ ମଧୢରେ ମାତ୍ର ୮ହଜାର ୯ଶହ ୯୩ ଜଣ ପର୍ଯ୍ୟଟକ ସଂଗ୍ରହାଳୟ ବୁଲିବାକୁ ଆସିଥିବା ରେକର୍ଡ କହୁଛି। ଚଳିତବର୍ଷ ତ ଚାରି ବର୍ଷ ମଧ୍ୟରେ ମାତ୍ର ୭୭ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକଙ୍କ ଏପ୍ରକାର ନୈରାଶ୍ୟଜନକ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିବା ପରେ ବିଳମ୍ବରେ ହେଲେ ମଧ୍ୟ ପ୍ରଶାସନ ଏହାର ସୌନ୍ଦର୍ଯ୍ୟକରଣ ଦାୟିତ୍ବ ହାତକୁ ନେଇଛି।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୯ ଲକ୍ଷ ଟଙ୍କାରେ ସଂଗ୍ରହାଳୟ ସମ୍ମୁଖ ପାଚେରୀରେ ମଧୁ ବାବୁଙ୍କ ଜୀବନର ବିଭିନ୍ନ ଅବସ୍ଥାକୁ ଚିତ୍ରିତ କରାଯାଇଛି। ସେହିପରି ଆଜବେଷ୍ଟ୍‌ସ ବଦଳା ଯିବା ସହ ନୂଆ ଚଟାଣ, କାନ୍ଥ ଚିତ୍ରଣ କରାଯାଉଛି। ଏହାସହିତ ଖଟ, ଚୌକି ପଲିସ୍‌ ଏବଂ ଶୌଚାଳୟ ମରାମତି କରାଯାଇଛି। କିନ୍ତୁ ଉପଯୁକ୍ତ ରକ୍ଷାଣବେକ୍ଷଣ ଅଭାବ ହେତୁ ‌ସଂଗ୍ରହାଳୟ ଧିରେ ଧିରେ ଚମକ ହରାଉଥିବା ଅଭିଯୋଗ ହେଉଛି। ମାତ୍ର ଜଣେ ତତ୍ତ୍ବାବଧାରକ ସଂଗ୍ରହାଳୟ ଅଛନ୍ତି। ସଫେଇ ପାଇଁ ବି କର୍ମଚାରୀ ନ ଥିବା ଅଭିଯୋଗ ହେଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More