Only for Entertainment

ପୁରୁଷମାନେ ସ୍ତ୍ରୀମାନଙ୍କର ପ୍ରେମାଳପ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି !

29

ଅନେକ ଭାବନ୍ତି ଯେ,ପୁରୁଷମାନେ ଶାରିରୀକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି। ମାତ୍ର ବୈଜ୍ଞାନିକମାନେ ଅନୁଧ୍ୟାନରୁ ଜାଣି ପାରିଛନ୍ତି ଯେ, ପୁରୁଷମାନେ ସ୍ତ୍ରୀମାନଙ୍କର ପ୍ରେମାଳପ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି। ପୁରୁଷଙ୍କଠାରେ ଦେଖାଯାଉଥିବା ଏପରି ମନୋଭାବକୁ ବ୍ରୋମାନ୍ସ୍‌ କୁହାଯାଇଥାଏ ବୋଲି ଓହିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହେଲେ ପୁରୁଷ ଏହାକୁ ନେଇ ବେଶ୍‌ ରେମାଣ୍ଟିକ୍‌ ହୋଇଯାଇଥାନ୍ତି। ଫଳରେ ସେମାନଙ୍କ ମଧ୍ୟରେ ସୃଜନାତ୍ମକ ଭାବନା ସୃଷ୍ଟି ହୋଇଥାଏ।

ଏହି ସମୟରେ ସେମାନଙ୍କଠାରେ କବିତା ଏବଂ ରୋମାଣ୍ଟିକ୍‌ ଭାବନାର ଉଦ୍ରେକ ହୋଇଥାଏ। ନିଜର ଭାବାବେଗ ପ୍ରକାଶ ପାଇଁ ସେମାନେ ବ୍ରୋମାନ୍ସ୍‌ ବା ପ୍ରେମାଳାପକୁ ଅଧିକ ପସନ୍ଦ କରନ୍ତି। ଅପରପକ୍ଷରେ ସ୍ତ୍ରୀମାନେ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ଚାହିଁଥାନ୍ତି। ପୁରୁଷଙ୍କ ଏଭଳି ମନୋଭାବ ଦ୍ୱାରା ହେଟ୍ରୋସେକ୍ସୁଆଲ୍‌ ସମ୍ପର୍କରେ ବାଧା ସୃଷ୍ଟି ହୋଇଥାଏ। ପୁରୁଷଙ୍କ ଏଭଳି ଆବେଗ ଭରା କଥାକୁ ସ୍ତ୍ରୀମାନେ ପସନ୍ଦ କରୁଥିଲେ ମଧ୍ୟ ସେମାନେ ସ୍ଥଳ ବିଶେଷରେ ଶାରିରୀକ ସମ୍ପର୍କକୁ ପ୍ରାଧାନ୍ୟ ଦେଇଥାନ୍ତି। ଏହା ଦ୍ୱାରା ସେମାନଙ୍କର ସମ୍ପର୍କ ସୁରକ୍ଷିତ ରହିପାରିବ ବୋଲି ସ୍ତ୍ରୀମାନେ ଚିନ୍ତା କରନ୍ତି। ପ୍ରେମରେ ପଡ଼ିଲେ ପୁରୁଷ ମନରେ ଅଧିକାର ସାବ୍ୟସ୍ତ କରିବା ଭାବନା ଅଧିକ ସୃଷ୍ଟି ହୁଏ। ଏହା ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More