Only for Entertainment

ସଲମାନଙ୍କ ବିବାହ ପାଇଁ ତିଆରି ହେଲା ପ୍ରୋଫାଇଲ !

dna
36

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ବିବାହ ବଲିଉଡ୍‌ ଏବଂ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ବିଭିନ୍ନ ସମୟରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସେ କେବେ ବିବାହ କରିବେ ସେ ନେଇ ଏବେ ପର୍ଯ୍ୟନ୍ତ ମଧ୍ୟ ସମସ୍ତଙ୍କ ନଜର ରହିଛି । ତେବେ ଏ ସବୁ ଚର୍ଚ୍ଚା ମଧ୍ୟରେ ଏବେ ସଲମାନଙ୍କ ବିବାହ ପାଇଁ ବାୟୋଡାଟା ତିଆରି କରାଯାଉଥିବା ଜଣା ପଡ଼ିଛି । ଯାହାକୁ ତିଆରି କରୁଛନ୍ତି ରଣବୀର ସିଂହ, ସାରା ଅଲ୍ଲୀ ଖାନ୍‌ ଏବଂ ରୋହିତ୍‌ ସେଟ୍ଟୀ ।

BB_0

ସୂଚନା ମୁତାବକ, ଫିଲ୍ମ ସିମ୍ବାର ପ୍ରମୋସନ ପାଇଁ କଳାକାର ଏବଂ ନିର୍ଦ୍ଦେଶକ ରିୟାଲିଟି ସୋ’ ବିଗ୍‌ ବସ୍‌ରେ ପହଞ୍ଚିଥିଲେ । ଯେଉଁଠି ସଲମାନ ଖାନ୍‌ ରଣବୀରଙ୍କ ଦୀପିକାଙ୍କ ସହ ତାଙ୍କ ବିବାହ ବିଷୟରେ ବାରମ୍ବାର ପଚାରିଥିଲେ । ଏହା ଦେଖି ରଣବୀର ସଲମାନଙ୍କୁ ସେ କେବେ ବିବାହ କରୁଛନ୍ତି ବୋଲି ପଚାରିଥିଲେ । ଯାହା ପରେ ରଣବୀର, ସାରା ଏବଂ ରୋହିତ୍‌ ସେଟ୍ଟୀ ସଲମାନଙ୍କୁ ଘେରି ତାଙ୍କ ବିବାହ ପ୍ରୋଫାଇଲ ତିଆରି କରିବା ସହ ଅଜବ ଅଜବ ଜିନିଷ ଯୋଡ଼ିବାକୁ ଲାଗିଥିଲେ । ରୋହିତ୍‌ ସଲମାନଙ୍କ ପ୍ରୋଫାଇଲରେ, ଦିଲ୍‌ ମେଁ ଆତା ହୁଁ, ସମଝ ମେଁ ନେହିଁ ଲେଖିଥିବା ବେଳେ ସଲମାନ ତାଙ୍କୁ କେମିତି ଝିଅ ଦରକାର ବୋଲି କହିଥିଲେ । ମୋତେ ସୁନ୍ଦର, ଶାନ୍ତ, ଅଧିକ ଦିନ ରହି ପାରୁଥିବା ସ୍ତ୍ରୀ ଦରକାର ବୋଲି ସଲମାନ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More