Only for Entertainment

ଭାରତରେ ରହିଛି ଏପରି ଏକ ସ୍ଥାନ ଯେଉଁଠି ପଥର ମାରି ଜାଣନ୍ତି ଗର୍ଭସ୍ଥ ଶିଶୁ ପୁଅ ନା ଝିଅ !

soulspartan
48

କନ୍ୟା ଭୃଣହତ୍ୟା ମାମଲା ବୃଦ୍ଧି ପାଇବା କାରଣରୁ ସରକାର ସୋନୋଗ୍ରାଫି ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ଏହା ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ହେଲେ ଆଜି ବି ଲୋକେ ଗର୍ଭସ୍ଥ ଶିଶୁ ସମ୍ପର୍କରେ ଜାଣିବା ପାଇଁ ଲୁଚାଚୋରାରେ ଡାକ୍ତରଙ୍କ ସହଯୋଗ ନେଉଛନ୍ତି । କିନ୍ତୁ ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଆଜି ମଧ୍ୟ ଲିଙ୍ଗ ନିରୂପଣ କରିବା ପାଇଁ ପ୍ରାଚୀନ ପରମ୍ପରାକୁ ଆପଣାଇଥାନ୍ତି । ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ ।

ଝାରଖଣ୍ଡର ଏହି ଗାଁରେ ଆଜି ବି ଲିଙ୍ଗ ଜାଣିବା ପାଇଁ ୪୦୦ବର୍ଷ ତଳର ପୁରୁଣା ପରମ୍ପରାକୁ ଲୋକେ ଗ୍ରହଣ କରୁଛନ୍ତି । ଲୋହରଦଗା ସ୍ଥିତ ଖୁଖରା ଗ୍ରାମରେ ଲୋକେ ପଇସାଟିଏ ଖର୍ଚ୍ଚ ନକରି ଜାଣିପାରୁଛନ୍ତି ଗର୍ଭସ୍ଥ ଶିଶୁ ସମ୍ପର୍କରେ । ଗାଁ ରେ ଏପରି ଏକ ପାହାଡ ଅଛି ଯାହା ସୂଚାଇ ଦିଏ ପୁଅ ନା ଝିଅ । ଏହି ପାହାଡ ଉପରେ ଲୋକଙ୍କର ବଡ଼ ଆସ୍ଥା ଓ ବିଶ୍ୱାସ ରହିଛି । ଏହି ପାହଡକୁ ପଥର ମାରି ଯାଞ୍ଚ କରାଯାଇଥାଏ ଗର୍ଭସ୍ଥ ଶିଶୁ ପୁଅ ନା ଝିଅ ।

ଗର୍ଭବତୀ ମହିଳା ଏକ ନିଶ୍ଚିତ ଦୂରରୁ ପଥରଟିଏ ପାହଡ ଉପରେ ବନିଥିବା ଚନ୍ଦ୍ର ଆକୃତିର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ମାରିଥାନ୍ତି । ଯଦି ପଥରଟି ଏହି ଆକୃତିର ମଝିରେ ବାଜିଥାଏ ତେବେ ବୁଝାପଡେ ଯେ, ଗର୍ଭରେ ପୁତ୍ର ସନ୍ତାନ ରହିଛି । ଆଉ ଯଦି ଆକୃତିର ବାହାରେ ବାଜେ ତେବେ କନ୍ୟା ସନ୍ତାନ ଥିବା ଜଣାପଡେ । ଆଜି ବି ଲୋକେ ଏହି ଅନ୍ଧବିଶ୍ୱାସକୁ ଗ୍ରହଣ କରିଆସୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More