Only for Entertainment

ମୃତ ମା’କୁ କାନ୍ଧ ଦେବା ପାଇଁ ଅନୁରୋଧ କଲା ପୁଅ, କିନ୍ତୁ ଛୋଟ ଜାତି କହି ମନା କରିଦେଲେ ।

oddnari
45

ଝାରସୁଗୁଡ଼ା ଜିଲ୍ଲାର କର୍ପବହାଲ ଗାଁ । ଗାଁଟି ଖୁବ ଛୋଟ । ନିକଟରେ ଏହି ଗାଁକୁ ନେଇ ଆସିଛି ଏକ ଅଭାବନୀୟ ଘଟଣା । ଯାହାକୁ ଜାଣିବା ପରେ ଆପଣ ଦୁଃଖ ତ ଅନୁଭବ କରିବେ ତାହା ସହିତ ରାଗିବେ ଏବଂ ଦୟା ମଧ୍ୟ ଆସିବ । ବାସ୍ତବରେ ଦୁଇ ତିନି ଦିନ ପୂର୍ବରୁ ଏହି ଗାଁର ଜାନକୀ ସିଙ୍ଘାନିଆ ନାମକ ଜଣେ ୪୫ ବର୍ଷୀୟ ମହିଳାଙ୍କର ଦେହାନ୍ତ ହୋଇଗଲା । ତାଙ୍କ ମୃତ୍ୟୁ ପରେ ଗାଁର କୌଣସି ବ୍ୟକ୍ତି କାନ୍ଧ ଦେବାପାଇଁ ଏବଂ ଅନ୍ତିମ ସଂସ୍କାର ପାଇଁ ପହଂଚିଲେ ନାହିଁ ।

ମୃତ ମହିଳାଙ୍କର ଗୋଟିଏ ମାତ୍ର ପୁଅ । ଯାହାର ନାମ ସରୋଜ ଏବଂ ବୟସ ୧୭ ବର୍ଷ । ଗାଁର କୌଣସି ବ୍ୟକ୍ତି ନଆସିବାରୁ ସରୋଜ ବାଧ୍ୟ ହୋଇ ନିଜ ମା’ର ଶବକୁ ଭଲ ଭାବରେ ଘୋଡ଼ାଇ ସାଇକେଲରେ ବୋହି ଏକ ଜଙ୍ଗଲ ପାଶ୍ୱର୍କୁ ନେଇଗଲେ ଏବଂ ତାଙ୍କ ମା’କୁ ମାଟିରେ ପୋତିଦେଲେ । ଏହି କାରଣରୁ ଅନ୍ତିମ ସଂସ୍କାର କରିବାକୁ ଥିବା ପ୍ରକ୍ରିୟାକୁ ସରୋଜ କରିପାରିଲେ ନାହିଁ ।

ପ୍ରଶ୍ନ ହେଉଛି ଗାଁର କୌଣସି ବ୍ୟକ୍ତି କାହିଁକି ସେହି ସ୍ଥାନରେ ପହଂଚିଲେ ନାହିଁ । ତେବେ ଏହାର କାରଣ ହେଉଛି ସରୋଜର ପରିବାର ଛୋଟଜାତି । ଛୋଟଜାତିକୁ ଛୁଇଁଲେ ଛୁଆଁ ହେବ କହି କେହି ମଧ୍ୟ ସରୋଜଙ୍କର ସହାୟତା କଲେ ନାହିଁ । ତେବେ ଜାନକୀ ପାଣି ଆଣିବାକୁ ଯାଇଥିବା ବେଳେ ହଠାତ ତଳେ ପଡ଼ିଗଲେ ଏବଂ ତାଙ୍କର ମୃତ୍ୟୁ ହୋଇଗଲା । ପୂର୍ବରୁ ତାଙ୍କ ପତିଙ୍କର ମଧ୍ୟ ମୃତ୍ୟୁ ହୋଇସାରିଥିଲା ।

ଯେତେବେଳେ ସରୋଜ ତାଙ୍କ ମା’ଙ୍କୁ ସାଇକେଲରେ ନେଇ ଯାଉଥିଲେ କିଛି ଲୋକ ପ୍ରଶ୍ନ କରିଥିଲେଯେ ଏଥିରେ କ’ଣ ନେଇଯାଉଛୁ? ସରୋଜ ଅତି ଶାନ୍ତ ଭାବରେ କହିଲେ, ମୋ ମାଆ ।

ଆଜିମଧ୍ୟ ଲୋକଙ୍କ ମନରୁ ଜାତିପ୍ରଥାର ଭେଦଭାବ ଉଠିନାହିଁ । ଯାହା ବଦଳିବାକୁ ସମୟ ଲାଗିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More