Only for Entertainment

‘ପଲଟନ’ରେ ଦେଖିବାକୁ ମିଳିବ ଭାରତ ଓ ଚୀନର ଜବରଦସ୍ତ ଲଢେଇ, ଏହି ୱାର ସିନରେ ନଜର ଆସିବେ ୩୦୦ ଯବାନ୍ ।

Bollywood Farm
0 67

ବୋର୍ଡର, ଏଲ.ଓ.ସି, ଓ କାରଗିଲ ଭଳି ଦେଶାତ୍ମବୋଧ ଫିଲ୍ମ ପରେ ଜେ.ପି ଦତ୍ତ ଙ୍କ ନିର୍ଦ୍ଦେଶନାରେ ପୁଣି ଥରେ ରିଲିଜ ହେବାକୁ ଯାଉଛି ଆଉ ଏକ ଦେଶାତ୍ମବୋଧ ଫିଲ୍ମ ପଲଟନ୍ । ୧୯୬୭ ରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧକୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ, ଦେଶ ଭକ୍ତିକୁ ଦର୍ଶାଉଥିବା ଏହି ଫିଲ୍ମଟି ଡିସେମ୍ବର ମାସ ୭ ତାରିଖରେ ରିଲିଜ ହେବାକୁ ଯାଉଛିା

୧୯୬୭ ମସିହା ରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ ରେ ପ୍ରାୟ ୩୦୦ ଜଣ ଆର୍ମି ଅଫିସର ୱାର ସିନରେ ନଜର ଆସିବେ । ଫିଲ୍ମର ଏହି ସିନଟି ଲଦାଖରେ ପ୍ରାୟ ଦୁଇ ମାସ ଧରି ସୁଟିଂ ଚାଲିଥିବା ସମୟରେ ଯବାନମାନେ ଅଭିନେତା ମାନଙ୍କୁ ଭାରତୀୟ ସେନାର ଯୁଦ୍ଧ କୈାଶଳ ସହ ହତିଆର ଗୁଡିକୁ ଧରିବା ଓ ଚାଳନ କରିବା ପରି ସମସ୍ତ ଛୋଟ ବଡ କୈାଶଳ ଶିଖାଇଥିଲେ ।

କହିରଖୁଛୁ ଯେ. ଫିଲ୍ମରେ ମୁଖ୍ୟ ଭୂମିକାରେ ଜ୍ୟାକି ର୍ଶ୍ରଫ, ଅର୍ଜୁନ୍ ରାମପାଲ, ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁର, ଲବ ସିହ୍ନା, ହର୍ଷବର୍ଦ୍ଦନ ରାଣେ, ସୋନୁ ସୁଦ, ଗୁରମିତ ଚୈାଧୁରି, ଇଷା ଗୁପ୍ତା, ସୋନଲ ଚୈାହାନ ଓ ଦୀପିକା କକ୍କଡଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ । ଆର୍ମି ଗେଟଅପରେ ଥିବା ସମସ୍ତଙ୍କ ଫୋଟୋ ସୋସିଆଲ୍ ମିଡିଆରେ ଏବେ ଚହଳ ପକାଇଦେଇଛି ଏବଂ ଦର୍ଶକ ମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More