ସଲମାଙ୍କ ଜନ୍ମଦିନ ପାର୍ଟିରେ ଗର୍ଲଫ୍ରେଣ୍ଡଙ୍କ ସହ ଅରବାଜ ପହଁଚିଥିବା ବେଳେ ଏକୁଟିଆ ନଜର ଆସିଲେ ମଲାଇକା ।
ଅରବାଜ ଏବଂ ମଲାଇକାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଥିଲା ବେଳେ ମଲାଇକା ଏବେ ଅର୍ଜୁନ କାପୁର୍ଙ୍କ ସହ ରିଲେସନ୍ରେ ଅଛନ୍ତି । ସେହିପରି ଅରବାଜ୍ ମଧ୍ୟ ନିଜ ଗର୍ଲ ଫ୍ରେଣ୍ଡ ଜର୍ଜିଆଙ୍କ ସହ ସମ୍ପର୍କରେ ଅଛନ୍ତି । ନିକଟରେ ଅର୍ପିତା ନିଜ ଘରେ ମା’ ସଲ୍ମା ଖାନ୍ଙ୍କ ଜନ୍ମଦିନ
ପାର୍ଟି ରଖିଥିଲେ । ଏଥିରେ ତିନି ଖାନ୍ ବ୍ରଦର୍ସଙ୍କ ସହ ଅନ୍ୟ ସେଲିବ୍ରିଟ୍ମାନେ ପହଁଚିଥିଲେ । ଏହି ପାର୍ଟିରେ ସଲ୍ମାନ୍, ଅରବାଜ, ସୋହେଲଙ୍କ ସମେତ ମଲାଇକା ଅରୋରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ମଲାଇକା ଏକୁଟିଆ ଏହି ପାର୍ଟିରେ ପହଁଚିଥିବା ବେଳେ ଅରବାଜ ନିଜ ଗର୍ଲ ଫ୍ରେଣ୍ଡ ଜର୍ଜିଆଙ୍କ ସହ ଆସିଥିଲେ । ତେବେ ଅରବାଜ ଏବଂ ମଲାଇକା ମଧ୍ୟରେ ଏହି ଅବସରରେ କଥାବାର୍ତ୍ତା ହୋଇ ନଥିବା କୁହାଯାଉଛି । ମଲାଇକା ମାଜେଣ୍ଟା ରଙ୍ଗର ବ୍ୟାକ୍ଲେସ୍ ଗାଉନ୍ ପିନ୍ଧି ବେଶ୍ ହଟ୍ ଦେଖାଯାଉଥିଲା ବେଳେ ଜର୍ଜିଆ ଅଫ୍ ହ୍ୱାଇଟ୍ ପ୍ୟାଣ୍ଟ ଏବଂ ସିମର୍ ବ୍ଲାକ୍ ଜ୍ୟାକେଟ୍ ପିନ୍ଧି ପାର୍ଟିରେ ସାମିଲ୍ ହୋଇଥିଲେ ।
ଦେଖନ୍ତୁ ଫଟୋ-