Only for Entertainment

ଏୟାରପୋର୍ଟରେ ସ୍ପଟ ହେଲେ ଇରଫାନ ଖାନ, ଚେହେରାରୁ ରୁମାଲ ହଟାଇ ମିଡିଆକୁ ଦେଲେ ପୋଜ

news x
32

କିଛି ସମୟ ଧରି କ୍ୟାନ୍ସରରେ ପିଡିତ ଥିବା ଅଭିନେତା ଇଫ୍ରାନ୍ ଖାନଙ୍କୁ ନେଇ ଏବେ ନୂଆ ଖବର ସାମ୍ନାକୁ ଆସିଛି । ଲଣ୍ଡନରେ ନିଜ ଚିକିତ୍ସା କରାଉଥିବା ଏହି ଅଭିନେତା ସୁସ୍ଥ ହୋଇ ଭାରତ ଫେରିଛନ୍ତି । ତାଙ୍କୁ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ମୁଣ୍ଡରେ ଟୋପି ଆଉ ମୁହଁରେ କଳା ରଙ୍ଗର ରୁମାଲ୍ ବାନ୍ଧି ଥିଲେ ଇରଫାନ୍ । ତେବେ ମିଡିଆ କର୍ମିଙ୍କ ଅନୁରୋଧରେ ସେ ନିଜ ମୁହଁରୁ ରୁମାଲ୍ ହଟାଇ ଦେଇଥିଲେ । ପୂର୍ବ ଅପେକ୍ଷା ବେଶ ସୁସ୍ଥ ନଜର ଆସିଥିଲେ ଇରଫାନ ।

 

View this post on Instagram

 

Irrfan Khan spotted in Mumbai #irrfankhan #irrfankhaninmumbai #hindimedium #hindimedium2 #hindimediumsequel #snapped #spotted #mumbai

A post shared by Bollywood update (@__bollywood__update__) on

ତେବେ ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଇରଫାନ୍ ଭାରତ ଫେରି ନିଜ ଆଗାମୀ ଫିଲ୍ମ ପ୍ରୋଜେକ୍ଟ ଉପରେ କାମ କରିବା ଆରମ୍ଭ କରି ଦେଲେଣି । ତାଙ୍କ ଆଗାମୀ ଫିଲ୍ମର ଟାଇଟେଲ୍ ରହିଛି ‘ହିନ୍ଦୀ ମିଡିଅମ୍ – ଟୁ’ । ଏହାର ପ୍ରଥମ ଭାଗରେ ବି ସେ ନାୟକ ଭାବେ ନଜର ଆସିଥିଲେ । ତାଙ୍କ ଭିନ୍ନ ଶୈଳୀର ଅଭିନୟ ଦର୍ଶକଙ୍କୁ ସବୁବେଳେ ପସନ୍ଦ ଆସିଥାଏ ।

ଶେଷ ଥର ପାଇଁ ଚଳଚ୍ଚିତ୍ର କାରବାଁରେ ଇରଫାନଙ୍କ ବଳିଷ୍ଟ ଅଭିନୟ ଦେଖିବାକୁ ମିଳିଥିଲା । ଆଉ ସେବେଠାରୁ ପାଖାପାଖି ୧ ବର୍ଷ ଯାଏ ନିଜକୁ ଅଭିନୟ ଠାରୁ ଦୂରରେ ରଖିଥିଲେ ଇରଫାନ୍ । ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର୍ ରୋଗରେ ପଡିତ ଥିବା ଇରଫାନ ଗତ ବର୍ଷ ନିଜ ଫ୍ୟାନମାନଙ୍କୁ ଜଣାଇଥିଲେ । ଯାହାର ଚିକିତ୍ସା ପାଇଁ ଲଣ୍ଡନ୍ ପଳାଇଥିଲେ । ତାଙ୍କର ଶୀଘ୍ର ସୁସ୍ଥ ହେବା କାମନା କରୁଥିଲେ ଇଫ୍ରାନଙ୍କ ଫାନ୍ସ ମାନେ । ଆଉ ଏବେ ସେ ସୁସ୍ଥ ହୋଇ ଭାରତ ଫେରିଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଖୁସି ଦେଇଥିବ ନିଶ୍ଚୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More