Only for Entertainment

ବିଶ୍ୱରେ ରହିଛି ଏପରି ଏକ ଦେଶ ଯେଉଁଠି ମହିଳାମାନେ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବା ପରେ ମନାନ୍ତି ଉତ୍ସବ ।

deccanchronicle
0 26

ଭାରତରେ ବୈବାହିକ ଜୀବନରେ ଛାଡପତ୍ର ଦିଆନିଆ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାଏ । ଛାଡପତ୍ର ପରେ ମହିଳାମାନଙ୍କୁ ଅନେକ କଥା ଶୁଣିବାକୁ ପଡେ । ସେମାନେ ସବିବେଲେ ଅବହେଳିତ ହୋଇ ରହିଥାନ୍ତି । ହେଲେ ବିଶ୍ୱରେ ଏପରି ଏକ ଦେଶ ଅଛି ଯେଉଁଠି ମହିଳାମାନେ ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇବା ପରେ କିମ୍ବା ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବାପରେ ଉତ୍ସବ ମନାନ୍ତି । ଆଉ ପୁଣି ଥରେ ନୂଆ ଜୀବନସାଥୀର ସନ୍ଧାନରେ ବାହାରନ୍ତି । ଆସନ୍ତୁ ଜାଣିବା ସେହି ଦେଶ ବିଷୟରେ ।

ଏହି ଦେଶଟି ହେଉଛି ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମରେ ଥିବା ଇସଲାମିକ ରାଷ୍ଟ୍ର ମୋର୍ଟିଆନ । ୪୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ମହିଳାମାନେ ପୁରୁଷଙ୍କ ଠାରୁ ମଧ୍ୟ କିଛି କମ ନୁହଁନ୍ତି । ଅନ୍ୟ ଇସଲାମିକ ଦେଶରେ ମହିଳାମାନଙ୍କ କ୍ଷମତା ସଙ୍କୁଚିତ ଥିଲାବେଳେ ସେମାନେ ଅନେକ କଟକଣାର ସମ୍ମୁଖିନ ହୋଇଥାନ୍ତି । ମାତ୍ର ଏହି ଦେଶରେ ତାହା ନାହିଁ । ସେମାନେ ନିଜ ଇଚ୍ଚା ମୁତାବାକ ନିଜ ଜୀବନକୁ ବିତାଇଥାନ୍ତି ।

ଜର୍ମାନୀର ଜଣେ ରିପୋର୍ଟର ଏହି ଦେଶକୁ ଗସ୍ତ କରିଥିବା ସମୟରେ ଜଣେ ମହିଳାଙ୍କ ଛାଡ଼ପତ୍ର ଉତ୍ସବକୁ ତାଙ୍କ କ୍ୟାମେରାରେ ସୁଟ କରିଥିଲେ । ୨୩ବର୍ଷିୟା ଏହି ମହିଳା ମରିୟମ କହିଛନ୍ତି ଯେ, ୩ ମାସ ତଳେ ମୁଁ ମୋ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲି । ଆମ ବିବାହ ଏକବର୍ଷ ବି ପୂରଣ କରିପାରିଲା ନାହିଁ । ଛାଡପତ୍ରକୁ ନେଇ ମୁଁ ଆଦୌ ଚିନ୍ତିତ ନୁହେଁ । ଆଗକୁ ମୁଁ ପୁଣି ଥରେ ଦ୍ୱିତୀୟ ବିବାହ କରିବି । ତେବେ ପୂର୍ବ ବିବାହରୁ ମୁକ୍ତି ପାଇଥିବାରୁ ଏହାକୁ ବଡ଼ ଉତ୍ସବର ସହ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ପାଳନ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More