Only for Entertainment

ଗୁଜୁରାଟର ଏହି ଗ୍ରାମରେ ବିବାହ ପୂର୍ବରୁ ବର୍ଷ ବର୍ଷ ଧରି ଲିଭ-ଇନରେ ରହିଥାନ୍ତି କପଲ୍

Times of India
69

ଆଜିକାଲି ସହରାଞ୍ଚଳରେ ଲିଭ୍‍-ଇନ୍‍ ରିଲେସନସିପରେ ରହିବା ଏକ ଟ୍ରେଣ୍ଡ ପାଲଟିଛି । ହେଲେ ଗ୍ରାମାଞ୍ଚଳରେ ମଧ୍ୟ ଏହି ଧାରା କାହିଁ କେତେ ଯୁଗରୁ ଦେଖିବାକୁ ମିଳୁଛି । ତେବେ ପୁଅ-ଝିଅ ଲିଭ୍‍-ଇନରେ ରହିବାର କାରଣ ହେଉଛି ଆର୍ଥିକ ସମସ୍ୟା । ବିବାହ ଭୋଜି ପାଇଁ ଅର୍ଥ ଅଭାବ କାରଣରୁ ଦୀର୍ଘବର୍ଷ ଧରି ଏକାଠି ରହିବା ପରେ ଟଙ୍କା ଜମା ପରେ ପୁଅ-ଝିଅ ଆନୁଷ୍ଠାନିକ ଭାବେ ସ୍ୱାମୀ-ସ୍ତ୍ରୀର ମାନ୍ୟତା ସମାଜ ଠାରୁ ପାଉଛନ୍ତି । ଯାହାର ଏକ ଉଦାହରଣ ନିକଟରେ ଗୁଜୁରାଟର ସାୱରକାଣ୍ଠାର ପୋସିନା ତାଲୁକା ସ୍ଥିତ ଲମ୍ବଡିଆରେ ଦେଖିବାକୁ ମିଳିଥିଲା ।

ଗତ ମାସରେ ୭୫ ବର୍ଷିୟ ଗମନାଭାଇ ବିବାହ କରିଥିଲେ ୭୨ ବର୍ଷିୟା ବଞ୍ଜରି ଦେବୀଙ୍କୁ । ଧୁମ୍‍ଧାମରେ ବାହାଘର ଆୟୋଜନ ହୋଇଥିଲା ବେଳେ ଏଥିରେ ଗମନାଭାଇ ଓ ବଞ୍ଜରିଙ୍କ ପୁଅ-ଝିଅ, ନାତି-ନାତୁଣୀ ସାମିଲ ହୋଇଥିଲେ । ଗତ ୪୦ ବର୍ଷରୁ ଅଧିକ ସମୟ ଧରି ସେମାନେ ଗ୍ରାମରେ ଲିଭ୍‍-ଇନରେ ରହୁଥିଲେ । ଡୁଙ୍ଗୁରି ଗରସିୟା ଭିଲ ଆଦିବାସୀ ସମୁଦାୟରେ ଏହି ପ୍ରଥା ବହୁକାଳରୁ ଚାଲି ଆସିଛି । ପୁଅ-ଝିଅଙ୍କ ବିବାହ ସ୍ଥିର ହେବା ପରେ ଏହି ସମାଜର ଲୋକେ ସେମାନଙ୍କୁ ବିବାହ ନକରି ଏକାଠି ରହିବାକୁ ଅନୁମତି ଦେଇଥାନ୍ତି । ଏହି ସମୟରେ ସନ୍ତାନ ଜନ୍ମ କରିବାକୁ ମଧ୍ୟ ଭୁଲ୍‍ ବୋଲି ଗ୍ରହଣ କରାଯାଏ ନାହିଁ । ଉଭୟ ପରିବାର ଓ ଗ୍ରାମବାସୀମାନେ ଏହାକୁ ସମ୍ମତି ଦିଅନ୍ତି ।

ଗମନାଭାଇଙ୍କ କହିବା ଅନୁସାରେ ଆର୍ଥିକ ଅସୁବିଧା କାରଣରୁ ଆମେ ବିବାହ କରିପାରିନଥିଲୁ । ସମାଜକୁ ଭୋଜି ଭାତ ଦେବା ପାଇଁ ଅର୍ଥ ପ୍ରତିବନ୍ଧକ ଥିଲା । ତେଣୁ ଆମେ ବିବାହ ନକରି ଏକାଠି ରହୁଥିଲୁ । ସମୟ ବଦଳିବା ସହ ପରିବାରର ବୋଝ ମଧ୍ୟ ବଢିଥିଲା । ୪ ପିଲା ଓ ନାତି ନାତୁଣୀଙ୍କୁ ନେଇ ସଂସାର ଗଢିବା ପରେ ବିବାହ ପାଇଁ ଏବେ ନିଷ୍ପତ୍ତି ନେଇଛୁ । ଆମ ସମୁଦାୟରେ ବିବାହ ପୂର୍ବରୁ ବର୍ଷ ବର୍ଷ ଧରି ବିବାହ ନକରି ଏକାଠି ରହିବାକୁ ସ୍ୱୀକାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More