Only for Entertainment

‘ଲଭ ଏକ୍ସପ୍ରେସ’ରେ ସ୍ୱରାଜଙ୍କ ବଡ ଭାଇ ଭୂମିକାରେ ନଜର ଆସିବେ ବବି ମିଶ୍ର ।

facebook
42

ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ଏବେ ଅଧିକାଂଶ ଓଡ଼ିଆ ସିନେମାରେ ଦେଖିବାକୁ ମିଳୁଛି । ୨୦୧୮ରେ ଏଯାଏଁ ବବି ମିଶ୍ରଙ୍କୁ ଦର୍ଶକ ହାପି ଲକି, ଦୀପୁ ଦ ଡ୍ୟାନ୍ସ ବୟ, ଇଶ୍କ ପୁଣି ଥରେ ଓ ସୁନ୍ଦରଗଡର ସଲମାନ ଖାନ ଆଦି ଓଡ଼ିଆ ଛବିରେ ଦେଖି ସାରିଲେଣି । ଏବେ ତାଙ୍କ ଅଭିନୀତ କେତୋଟି ସିନେମା ରିଲିଜ ପାଇଁ ରହିଛି । ଏହି ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ନାୟକର ନାଆଁ ଦେବଦାସ’, ଯୋଉଠି ଥିଲେ ବି ତୁ ମୋର’, ‘ଲଭ ଏକ୍ସପ୍ରେସ’ଏବଂ ‘ପ୍ରେମ ପାଇଁ ମହାଭାରତ’ ଆଦି ।

‘ଲଭ ଏକ୍ସପ୍ରେସ’ରେ ବବି ମିଶ୍ରଙ୍କୁ ଏକ ହାସ୍ୟ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ । ଏହି ଫିଲ୍ମରେ ସେ ନାୟକର ବଡ଼ ଭାଇ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ବବି ମିଶ୍ର ନାୟକ ସ୍ୱରାଜଙ୍କକ ବଡ଼ ଭାଇ ଚରିତ୍ରରେ ନଜର ଆସିବେ । ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ସହ ବବି ମିଶ୍ର ପ୍ରାୟ ନଅ ବର୍ଷ ପରେ କାମ କରୁଛନ୍ତି । ବବି ପୂର୍ବରୁ ସୀତାରାମଙ୍କ ଫିଲ୍ମ ‘ଅଭିମନ୍ୟୁ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ ।
‘ଲଭ ଏକ୍ସପ୍ରେସ’ରେ ନିଜର ଭୂମିକାକୁ ନେଇ ସେ ଯେତିକି ଉତ୍ସାହିତ ଅଛନ୍ତି, ସୀତାରାମ ଅଗ୍ରୱାଲଙ୍କ ଯୋଜନା ସଂସ୍ଥାକୁ ଫେରି ଠିକ ସେତିକି ଆନନ୍ଦିତ ଅଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଚରିତ୍ରରେ ସେ ଦର୍ଶକଙ୍କୁ କେତେ ଏଣ୍ଟରଟେନ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More