Only for Entertainment

୪ମିନିଟ ଭିଡିଓରେ କଙ୍ଗନା ସାମ୍ବାଦିକଙ୍କୁ କହିଲେ କିଛି ଏଭଳି, ଭିଡିଓ ଭାଇରାଲ !

34

ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ଏକ ପ୍ରେସ କନଫରେନ୍ସରେ ସାମ୍ବାଦିକଙ୍କ ଉପରେ ରାଗିବା ଏକ ବଡ ଘଟଣା ହୋଇଗଲାଣି । ନିକଟରେ ସୋସିଆଲ ମିଡିଆରେ କଙ୍ଗନାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପ୍ରେସ କନଫରେନ୍ସରେ ହୋଇଥିବା ବିବାଦ ଉପରେ କିଛି କହୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ କଙ୍ଗନାଙ୍କ ଭଉଣୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ରଙ୍ଗୋଲୀ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରି ଲେଖିଛନ୍ତି ଯେ କଙ୍ଗନା ମେସେଜ କରିଛନ୍ତି । କଙ୍ଗନା ସାମ୍ବାଦିକଙ୍କୁ ଅନେକ ଖରାପ କଥା କହିଛନ୍ତି । କହିଛନ୍ତି ଯେ ତୁମ ଭଳି ଦେଶଦ୍ରୋହୀ, ତୁମମାନଙ୍କୁ କିଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର ନାହିଁ । ତୁମେ ମାନେ ଏତେ ଶସ୍ତା ଯେ ୫୦-୬୦ଟଙ୍କାରେ ବିକ୍ରି ହୋଇଯିବେ । ତୁମେ ମାନେ କଣ ମୋତେ ବ୍ୟାନ କରିବ । ଏଠାରେ ଦେଖନ୍ତୁ ଭିଡିଓ –

ଏଠାରେ ଆମେ କହି ରଖୁଛୁ ଯେ କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରିର ପରିଚିତ ଚେହେରା । କିନ୍ତୁ କିଛି ଦିନ ହେବ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ନିଜ ନେଗେଟିଭ ବୟାନ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେ କଙ୍ଗନାଙ୍କ ମ୍ୟାନେଜର ଅଟନ୍ତି । ସେ କଙ୍ଗନାଙ୍କୁ ପ୍ରୋଟେକ୍ଟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More