Only for Entertainment

ସପ୍ତାହରେ କେଉଁ କେଉଁ ଦିନ ନଖ ଏବଂ କେଶ କାଟିବା ଅନୁଚିତ, ପଢନ୍ତୁ

826

ପ୍ରଚଳିତ ପ୍ରଥାନୁସାରେ, ଗୋଟିଏ ସପ୍ତାହରେ କେତେକ ଦିନ ନଖ ଏବଂ କେଶ କାଟିବାକୁ ବାରଣ କରାଯାଇଛି। ତା’ଛଡ଼ା କେତେକ ପବିତ୍ର ଦିନ ଏବଂ ଉତ୍ସବାଦିରେ ମଧ୍ୟ କେଶ ଓ ନଖ କାଟିବା ମନା। ଘର ଭିତରେ ନଖ ମଧ୍ୟ କାଟିବାକୁ ମନା କରାଯାଏ। ତେଣୁ କେତେକଙ୍କୁ ବାଲ୍କୋନିରେ ନଇଁ ନଖ କାଟିବାକୁ ପଡ଼େ। ସନ୍ଧ୍ୟା ଏବଂ ରାତିରେ ମଧ୍ୟ ନଖ କାଟିବା ନିଷେଧ।ସରଳ ଭାବେ ଦେଖିବାକୁ ଗଲେ ହିନ୍ଦୁବାଦରେ ସପ୍ତାହର ପ୍ରତ୍ୟେକ ଦିନର କିଛି ତାତ୍ପର୍ୟ୍ୟ ରହିଛି। ସବୁ ଦିନ ପାଇଁ ରହିଛନ୍ତି ଜଣେ ଅଧିଷ୍ଠାତ୍ରୀ ଦିଅଁ ଏବଂ ଗୋଟିଏ ଗ୍ରହ। ତେଣୁ ସପ୍ତାହର ପ୍ରତ୍ୟେକ ଦିନର ଅଧିଷ୍ଠାତ୍ରୀ ଦିଅଁ ଏବଂ ଗ୍ରହକୁ ସନ୍ତୁଷ୍ଟ କଲା ଭଳି ଆଚାର ବ୍ୟବହାର କରିବାକୁ ନିୟମ ରଖାଯାଇଛି। ତାହା ଅମାନ୍ୟ କଲେ ସମ୍ପୃକ୍ତ ଦିଅଁ ଓ ଗ୍ରହର କୋପଦୃଷ୍ଟି ପଡ଼ିବା ନିଶ୍ଚିତ।ଏହି ସବୁ କାରଣରୁ କେଶ, ନିଶ, ଦାଢ଼ି ଏବଂ ନଖ କାଟିବାକୁ ସପ୍ତାହର ନିର୍ଦ୍ଦିଷ୍ଟ ଦିନ ଧାର୍ୟ୍ୟ କରାଯାଇଛି। ଅର୍ଥାତ୍ କେଉଁ ଦିନ ଏ କାମ କଲେ ଭଲ; କେଉଁଦିନ ଖରାପ।

  • ସୋମବାର ଶିବଙ୍କୁ ସମର୍ପିତ ଏବଂ ଚନ୍ଦ୍ରଙ୍କର ଦିନ। ମଣିଷ ଶରୀର ଉପରେ ଚନ୍ଦ୍ରଙ୍କର ସିଧାସଳଖ ପ୍ରଭାବ ରହିଛି। ତେଣୁ ସେଦିନ ନଖ, କେଶ ଆଦି କାଟିବା ଅତି ଅଶୁଭ। ଏହାକୁ ଅମାନ୍ୟ କଲେ ବ୍ୟକ୍ତିର ମନ ଏବଂ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଥିାଏ।
  • ମଙ୍ଗଳବାର ହନୁମାନଙ୍କ ପ୍ରତି ସମର୍ପିତ ଏବଂ ତାହା ମଙ୍ଗଳଙ୍କର ବାରି। ଏ ଦିନ ନଖ ଓ ଦାଢ଼ି କାଟିବା ଅତି ଅମଙ୍ଗଳ। ଏହା କରିବାଦ୍ୱାରା ବ୍ୟକ୍ତିର ଆୟୁ କ୍ଷୟ ହୁଏ।
  • ବୁଧବାର ଶ୍ରୀକୃଷ୍ଣଙ୍କର ଏବଂ ତାହାର ଗ୍ରହ ହେଉଛି ବୁଧ। ଏ ଦିନ ନଖ ଓ କେଶ କାଟିଲେ ଶୁଭ ଫଳ ମିଳିଥାଏ। ଘର ଏବଂ ପରିବାରଙ୍କ ଉପରେ ଲକ୍ଷ୍ମୀଙ୍କ ଆଶିଷ ବୃଷ୍ଟି ହେଉଥିବାରୁ ସଫଳତା ଏବଂ ସମୃଦ୍ଧି ମିଳେ। ସେ ଘରେ ଲକ୍ଷ୍ମୀ ଦୀର୍ଘ ଦିନ ଧରି ବାସ କରନ୍ତି।
  • ଗୁରୁବାର ବିଷ୍ଣୁଙ୍କର ଏବଂ ଗ୍ରହ ହେଉଛି ବୃହଷ୍ପତି। ଏ ଦିନ ନଖ ଓ କେଶ କାଟିଲେ ତାହା ମା’ ଲକ୍ଷ୍ମୀଙ୍କ ପ୍ରତି ଘୋର ଅବମାନନା ବୋଲି ବିଚାର କରାଯାଏ। ଏହା ତାଙ୍କ ପ୍ରତି ଅପମାନଜନକ।
  • ଶୁକ୍ରବାର ସନ୍ତୋଷୀମା’ଙ୍କର ଏବଂ ଶ୍ରୁକ ହେଉଛି ଏହାର ଗ୍ରହ। ଏହା ସୌନ୍ଦର୍ୟ୍ୟର ଗ୍ରହ ଶୁକ୍ରଙ୍କର ଦିନ ହୋଇଥିବାରୁ ଏ ଦିନ କେଶ, ନଖ ଆଦି କାଟିବା ଶୁଭଙ୍କର। ଫଳ ସ୍ୱରୂପ ସଫଳତା, ଅର୍ଥ ଏବଂ ପ୍ରସିଦ୍ଧି ଆସିଥାଏ।
  • ଶନିବାର ଶନିଦେବଙ୍କୁ ଅର୍ପିତ ଏବଂ ଗ୍ରହ ହେଉଛି ଶନି। ତେଣୁ ଏ ଦିନ କେଶ ଓ ନଖ କାଟିବା ବିପଜ୍ଜନକ। ଶନିବାର ଦିନ ଏସବୁ କାମ କଲେ ଦୁର୍ଘଟନା ଜନିତ ଆକସ୍ମିକ ମୃତ୍ୟୁ ହେବାର ସମ୍ଭାବନା ରହିଛି।
    ରବିବାର ସୂର୍ୟ୍ୟଦେବତାଙ୍କର ଏବଂ ଅଧିଷ୍ଠାତା ହେଉଛନ୍ତି ସୂର୍ୟ୍ୟ। ଏ ଦିନ ମଧ୍ୟ କେଶ ଓ ନଖ କାଟିବା ଅଶୁଭ। ଏହାଦ୍ୱାରା ଧନ, ମନ ଓ ଧର୍ମ ନାଶ ଯାଏ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More