Only for Entertainment

ସିଗାରେଟ ଠାରୁ ଅଧିକ ବିଷାକ୍ତ ଧୂଆଁ !

0 47

ଧାର୍ମିକ ପୂଜାପାଠ ଲାଗି ବ୍ୟବହୃତ ହେଉଥିବା ଅଗରବତୀକୁ ନେଇ ୨୦୧୩ରେ ଏକ ଅଧ୍ୟୟନ କରାଯାଇଥିଲା ଏବଂ ଅଗରବତୀ କିମ୍ବା ଧୂପବତୀରୁ ନିର୍ଗତ ଧୂଆଁ ଅତ୍ୟନ୍ତ କ୍ଷତିକାରକ ଅଟେ । ମନ୍ଦିର, ମସଜିଦ ଏବହ ଘରେ ଅଧିକ ମାତ୍ରାରେ ଅଗରବତୀର ବ୍ୟବହାର ହୋଇଥାଏ । ସୁଗନ୍ଧିତ ଧୂଆଁ ନିର୍ଗତ ଅଗରବତୀ ଆସ୍ଥାପୂର୍ଣ୍ଣ ପରିବେଶ ପାଇଁ ବ୍ୟବହାର କରାଯାଇଥାଏ, କିନ୍ତୁ ଆପଣଙ୍କୁ ହୁଏତ ଜଣାନଥିବ ଏଥିରୁ ନିର୍ଗତ ଧୂଆଁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ଅଗରବତୀ ଏବଂ ଧୂପବତୀ ରୁ ଉତ୍ପନ୍ନ ଧୂଆଁ ଆପଣଙ୍କୁ ଶ୍ୱାସକ୍ରିୟାରେ ଯନ୍ତ୍ରଣା ଛଡା ମୁଣ୍ଡ ବିନ୍ଧା, ହୃଦରୋଗ, କିମ୍ବା କର୍କଟ ରୋଗରେ ଆକ୍ରାନ୍ତ କରିପାରେ ।

ନର୍ଥ କ୍ୟାରୋଲିନା ୟୁନିଭର୍ସିଟିରେ ହୋଇଥିବା ଅଧ୍ୟୟନ ମୁତାବକ ଏହା ଦାବି କରାଯାଇଛି । ଅଗରବତୀରୁ ନିର୍ଗତ କାର୍ବନ ମନୋକ୍ସାଇଡ, ସଲଫର ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ଅକ୍ସାଇଡ ସମସ୍ତ ବ୍ୟକ୍ତିଙ୍କ ଫୁସଫୁସ ଉପରେ ପ୍ରଭାବ ପକାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ଏହାର କୁପ୍ରଭାବ ବିଲକୁଲ ସିଗାରେଟର ଧୂଆଁ ଭଳି ହୋଇଥାଏ ।

ଏହି ଅଧ୍ୟୟନ ପୂର୍ବରୁ ୨୦୦୮ରେ ହୋଇଥିବା ଏକ ଗବେଷଣାରୁ ସାମନାକୁ ଆସିଛି ଯେ ଅଗରବତୀ ବ୍ୟବହାର ଫଳରେ ରେସ୍ପିରେଟୋରୀ କ୍ୟାନସର ହେବାର ସମ୍ଭାବନା ରହିଥାଏ । ଏହାବ୍ୟତୀତ ଅଗରବତୀର ଧୂଆଁ ଆଜ୍ମା ରୋଗୀଙ୍କ କ୍ଷତିକାରକ ଅଟେ । ଯେଉଁଘରେ ଅଧିକରୁ ଅଧିକ ରୋଗୀ ନିୟମିତ ଭାବେ ଅଗରବତୀ ବ୍ୟବହାର କରୁଛନ୍ତି ସେଠାରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଆଜ୍ମାର ଲକ୍ଷଣ ପରିଲକ୍ଷିତ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More