Only for Entertainment

ବଲିଉଡ ଗୀତରେ ଝୁମିଲେ ଭାରତ ଏବଂ ପାକିସ୍ତାନର ସୈନିକ, ଭିଡିଓ ହେଲା ଭାଇରାଲ ।

Laughing Colours
0 38

ଭାରତ ଏବଂ ପାକିସ୍ତାନର ସମ୍ପର୍କ ବିଷୟରେ କାହାକୁ ବି ଅଛପା ନାହିଁ । ଭାରତର ପ୍ରଥମ ଶତୃ ଯଦି କାହାକୁ କୁହାଯାଏ ସେ ହେଉଛି କାପିସ୍ତାନ । କିନ୍ତୁ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ । ନିକଟରେ ଭାରତ ଏବଂ ପାକିସ୍ତାନର ସେନା ରୁଷରେ ଆୟୋଜିତ ଯୁଦ୍ଧାଭ୍ୟାସରେ ଯୋଗ ଦେଉଥିଲେ । ଦୁଇ ଦେଶର ସୀମାରେ ପରସ୍ପର ସହିତ ଲଢୁଥିବା ଭାରତ ଏବଂ ପାକିସ୍ତାନର ସେନା ଏଠାରେ ବଲିଉଡ ଗୀତର ତାଳେ ତାଳେ ଝୁମୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଉଭୟ ଦେଶର ଜବାନ ମାନେ ରୁଷରେ ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଛି । ଏହି ଯୁଦ୍ଧାଭ୍ୟାସ ସଙ୍ଘାଇ ସହେଯାଗ ସଙ୍ଗଠନ ଦ୍ୱାରା ଆୟୋଜନ କରାଯାଇଥିଲା । ଏହା ୨୨-୨୯ ଅଗଷ୍ଟ ଯାଏଁ ହୋଇଥିଲା । ଏହି ଯୁଦ୍ଧାଭ୍ୟାସରେ ଭାରତ ଏବଂ ପାକିସ୍ତାନ ବ୍ୟତିତ ରୁଷ, ଚିନ, ଉଜବେକିସ୍ତାନ, ତଜାକିସ୍ତାନ, କିର୍ଜିସ୍ତାନ ଏବଂ କଜାକିସ୍ତାନ ସାମିଲ ହୋଇଥିଲେ । ସମସ୍ତ ଦେଶର ପ୍ରାୟ ୩ହଜାର ସୈନିକ ଏଠାରେ ଯୋଗ ଦେଇଥିଲେ ।

ଏହି ଯୁଦ୍ଧାଭ୍ୟାସରେ ୨୦୦ ଭାରତୀୟ ଜବାନ ଏବଂ ୧୧୦ ପାକିସ୍ତାନୀ ଜବାନ ଭାଗ ନେଇଥିଲେ । ଏହି ସମାରୋହରେ ଦୁଇ ଦେଶର ସୈନିକ ହିନ୍ଦୀ, ପଂଜାବୀ ଏବଂ ସପ୍ନା ଚୌଧୁରୀଙ୍କ ଗୀତରେ ଡ୍ୟାନ୍ସେ କରିଥିଲେ । ରୁଷର ରେ ସୈନିକମାନେ ଡ୍ୟାନ୍ସ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More