Only for Entertainment

ସିଡନୀରେ ୮୭ ବର୍ଷୀୟା ମହିଳା ଫ୍ୟାନଙ୍କ ସ୍ୱପ୍ନ ସାକାର କରି ଚର୍ଚ୍ଚାରେ ଏମଏସ ଧୋନି ।

times of india
18

ଭାରତର ପୂର୍ବ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଯେ ଜଣେ ବିନମ୍ର ଖେଳାଳୀ ଏହା ସବୁବେଳେ ଦେଖିବାକୁ ମିଳେ । ନିଜର ସାଧାସିଧା ଏବଂ ଶାନ୍ତ ସ୍ୱଭାବ ପାଇଁ ମଧ୍ୟ ସେ ବେଶ ଜଣାଶୁଣା । ତେଣୁ ଆଜି ମଧ୍ୟ ଧୋନି ସମସ୍ତ ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ନିକଟରେ ଏମଏସ ଧୋନି ଜଣେ ୮୭ ବର୍ଷୀୟା ମହିଳାଙ୍କ ସ୍ୱପ୍ନ ସାକାର କରିଛନ୍ତି, ତାହା ପୁଣି ଜଣେ ସିଡନୀରେ । ଭାରତ ଏବଂ ଅଷ୍ଟ୍ରେଲିଆର ପ୍ରଥମ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଧୋନି ସିଡନୀ ଯାଇଥିଲେ । ଧୋନି ନେଟରେ ଅଭ୍ୟାସ କରୁଥିବା ସମୟରେ ଏଡିଥ ନାମକ ମହିଳା ଜଣକ ତାଙ୍କୁ ଦେଖିବାକୁ ଯାଇଥିଲେ । ସେହି ସମୟରେ ଧୋନି ସେହି ମହିଳାଙ୍କ ସହିତ ଫଟୋ ଉଠାଇଲେ, ଯାହା ଦ୍ୱାରା ୮୭ ବର୍ଷୀୟା ଏଡିଥଙ୍କ ସ୍ୱପ୍ନ ସାକାର ହୋଇଛି ।

ବାସ୍ତବରେ ଯେତେବେଳେ ଧୋନି ଜାଣିଲେଯେ ତାଙ୍କର ଜଣେ ବିଗ ଫ୍ୟାନ ତାଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ସେ ତତକ୍ଷଣାତ ମହିଳାଙ୍କ ନିକଟକୁ ଗଲେ ଏବଂ ତାଙ୍କ ବେଂଚରେ ବସି ଏଡିଥଙ୍କ ସହିତ କେତେକ ଫଟୋ ଉଠାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More