Only for Entertainment

ଲାଇଭ ମ୍ୟାଚରେ ଯୁବକ ଜଣକ କଲେ ମହିଳାଙ୍କୁ ପ୍ରପୋଜ, ଜାଣନ୍ତୁ କ’ଣ ମିଳିଲା ଉତ୍ତର ।

khabarNDTV
0 127

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସମସ୍ତେ ଖୁବ ଖୁସି ହେଉଥିବା ନଜର ଆସିଛନ୍ତି । ସବୁ ଝିଅ ଚାହାନ୍ତି ତାଙ୍କୁ କେହି ସ୍ପେଶାଲ ତରିକାରେ ପ୍ରପେ୍ଧକ୍ସ କରୁ । ଯାହା କରିବା ପାଇଁ ପୁଅମାନେ ମଧ୍ୟ କୌଣସି କଥାରେ କମ କିଛି ରଖନ୍ତି ନାହିଁ । ଜଣେ ବ୍ୟକ୍ତି ଏହିଭଳି କିଛି କରିଛନ୍ତି ଯାହା କେହି ଭାବିନଥିଲେ । ୧୪ଜୁଲାଇରେ ୨ୟ ୱାନ ଡେ ଲର୍ଡସ୍ ରେ ଖେଳା ଯାଇଥିଲା । କ୍ରିକେଟ ଖେଳ ସମୟରେ ସେଠାରେ ଜଣେ ଯୁବକ ଜଣେ ମହିଳାଙ୍କୁ ନିଆରା ଅନ୍ଦାଜରେ ପ୍ରପୋଜ କରିଛନ୍ତି ।

ଶନିବାର ଦିନ ମ୍ୟାଚ ଚାଲିଥିଲା । ଦର୍ଶକମାନେ ଏହି ମ୍ୟାଚକୁ ଖୁବ ଏନଂଜୟ କରୁଥିଲେ । ଯେତେବେଳେ ଏକ ଯୋଡିଙ୍କ ପାଖରେ କ୍ୟାମେରା ଆସି ଅଟକିଲା ଯୁବକ ଜଣକ ହଠାତ ଉଠି ମହିଳା ଜଣକୁ ମୁଦି ଦେଇ ବିବାହ ପାଇଁ ପ୍ରପୋଜ କରିଥିଲେ । ଏହିକାରଣରୁ ଲୋକଙ୍କ ନର ସିଧା ଏହି ଯୋଡି ଉପରେ ପଡିଥିଲା ।

ମହିଳା ଜଣକ କିଛି ନ ଭାବି ହଁ କହିବାରୁ ଲୋକମାନେ ଖୁବ ତାଳି ମାରିଥିଲେ । ଏହି ଭିଡିଓ ସ୍କାଏ ସ୍ପୋଟ୍ସ କ୍ରିକେଟ ଟ୍ୱିଟରରେ ଶେୟାର କରିଛନ୍ତି । ମହିଳା ଜଣକ ନାଁ ଚରଣ ଏବଂ ଯୁବକ ଜଣକ ନାଁ ପବନ ଶୁଣିବାକୁ ମିଳିଛି । ଏହା ଦେଖି ବୋଲିଂ କରୁଥିବା ୟୁଜବିନ୍ଦ୍ର ଚେହେଲ ମଧ୍ୟ ତାଳି ମାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More