Only for Entertainment

୬୪ବର୍ଷରୁ ଅଟକି ଥିବା ସୈନିକଙ୍କ ପତ୍ନୀଙ୍କୁ ଲଂଚ ବକ୍ସ କିଭଳି ଦେବାରେ ସହାୟକ ହେଲା ପେନସନ !

lallantop
0 61

ଦୁନିଆରେ ଭଗବାନ ଥିବା ଆପଣ ଏହି କଥାରୁ ଜାଣି ପାରିବେ । ରାଜସ୍ଥାନର ଶ୍ରୀମାଧୋପୁରର ଏକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୬୦ବର୍ଷ ପୂର୍ବେ ଏହି ଦୁନିଆରୁ ବିଦାୟ ନେଇଥିବା ଫୌଜି ଚୁନ୍ନିଲାଲଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ ମଂଜୁର କରିବା ଲାଗି ଅନେକ ଚେଷ୍ଟା ପ୍ରଚେଷ୍ଟା କରିଥିଲେ , କିନ୍ତୁ କିଛି ହୋଇ ପାରିନଥିଲା । ଚୁନ୍ନିଲାଲ ଭାରତୀୟ ସେନାରେ ଥିଲେ ଏବଂ ସେ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଲଢେଇ କରିଥିଲେ । ସେ ଭାରତୀୟ ସେନାରେ ୧୯୪୨ ଘୋଡା ଚଢିବା କାରଣରୁ ଭର୍ତ୍ତି ହୋଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଲଢିବା ପରେ ୧୯୫୦ରେ ସେ ଅବସରପ୍ରାପ୍ତ ନେଇଥିଲେ । ଏହାର ୨ବର୍ଷ ପରେ ୧୯୫୨ରେ ତାଙ୍କର ନିଧନ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ଚୁନ୍ନିଲାଲଙ୍କ ପତ୍ନୀ ନିଜର ପେନସନ ମଂଜୁର କରାଇବା ଲାଗି ସୈନିକ କଲ୍ୟାଣ ବୋର୍ଡ ଅନେକ ଚକ୍କର ଲଗାଇଥିଲେ, କିନ୍ତୁ ଜରୁରୀ କାଗଜପତ୍ର ନଥିବା କାରଣରୁ ତାଙ୍କୁ ପେନସନ ଦିଆଯାଇ ନଥିଲା

ଏହି କାହାଣୀର ଦ୍ୱିତୀୟ ଭାଗ ଆରମ୍ଭ ହୋଇଥିଲା ୨୦୧୬ରେ, ଯେତେବେଳେ ଚୁନ୍ନିଲାଲଙ୍କ ପତ୍ନୀ ରାଜକୱରଙ୍କୁ ଘର ସଫା କରିବା ସମୟରେ ଏକ ଲଂଚ ବକ୍ସ ତଥା ବାସନ ମିଳିଥିଲା । ଏହି ବକ୍ସ ଚୁନ୍ନିଲାଲଙ୍କୁ ସେନା ତରଫରୁ ଦିଆଯାଇଥିଲା । ଯାହା ଉପରେ ସର୍ଭିସ ନମ୍ବର ମହଜୁଦ ଥିଲା । ବେସାହାର ହୋଇଯାଇଥିବା ରାଜକୱର ପୁଣି ଥରେ ଜାଗି ଉଠିଥିଲେ , ତାଙ୍କୁ ଏକ ଆଶାର କିରଣ ଦେଖାଯାଇଥିଲା । ବକ୍ସରେ ଥିବା ସର୍ଭିସ ନମ୍ବର କାରଣରୁ ରେକର୍ଡ ଯାଂଚ କରାଯାଇ ସମସ୍ତ ତଥ୍ୟ ମିଳିଥିଲା । ଏହାପରେ ସେନା ଡିସେମ୍ବର ୨୦୧୭ରେ ରାଜକୱରଙ୍କ ପେନସନ ମଂଜୁର କରିଥିଲେ , ଯାହା ଥିଲା ୪୦୦୦ଟଙ୍କା ।

ସେହିଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ରାଜସ୍ଥାନର ମଣ୍ଡବାରାରେ । ତାଙ୍କୁ ସେହିଭଳି ପେନସନ ମିଳିବାରେ ଅସୁବିଧା ହୋଇଥିଲା । ଥକି ହାରି ସେ କ୍ଷେତବାଡି କରିବା ଆରମ୍ଭ କରିଥିଲେ ୨୦୧୦ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଈଶ୍ୱର ରାମ ଭାରତୀୟ ସେନାର ମହାର ରେଜିମେଂଟରେ ଭର୍ତ୍ତି ଥିଲେ ଏବଂ ୧୯୬୫ରେ ଯୁଦ୍ଧରେ ସାମିଲ ହୋଇଥିଲେ । ସେନା ତାଙ୍କୁ ରକ୍ଷା ମେଡାଲରେ ସମ୍ମାନିତ କରିଥିଲେ । ତାଙ୍କର ଏହି ମେଡାଲ ତାଙ୍କ ପତ୍ନୀଙ୍କୁ ପେନସନ ପାଇଁ ସହାୟକ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More