Only for Entertainment

ୱାର୍ଲଡ କପ ଦେଖିବା ପାଇଁ ସବୁ ସୀମା ପାର କରିଦେଲେ ଏହି ପରିବାର । କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ।

punjabkesari
62

କ୍ରିକେଟ ଦେଖିବାର କ୍ରେଜ୍ ଆଜିକାଲି ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ସେ ଛୋଟପିଲା ହୁଅନ୍ତୁ ବା ବୟସ୍କ । ଏହାର ଏକ ଉଦାହରଣ ବର୍ତ୍ତମାନ ଏକ ଭାରତୀୟ ପରିବାର ନିକଟରେ ଦେଖିବାର ମିଳିଛି । କ୍ରିକେଟର ଯାଦୁ ସେମାନଙ୍କ ଉପରେ ଏଭଳି ଚଢିଛିଯେ ପୂରା ପରିବାର କାର ନେଇ ଲଣ୍ଡନ ଚାଲିଗଲେ ମ୍ୟାଚ ଦେଖିବା ପାଇଁ । ଆଜ୍ଞା ହଁ ୧୭ ମଇକୁ ସିଙ୍ଗାପୁରରୁ ବାହାରି ୧୭ଟି ଦେଶ ପାର କରି ୫ ଜୁଲାଇକୁ ଲଣ୍ଡନରେ ପହଂଚିଲେ ।

ଲଣ୍ଡନରେ ପହଂଚିଥିବା ଏହି ପରିବାରର ସଦସ୍ୟ ଅନୁପମ ଏବଂ ଅଦିତି ମାଥୁର ଏହି ଅଦ୍ଭୁତ ଏବଂ ରୋମାଂଚକର ଯାତ୍ରା ବିଷୟରେ କହିଛନ୍ତି । ବିଶ୍ୱକପ ବିଷୟରେ ଘୋଷଣା ହେବାମାତ୍ରେ ସେମାନେ ଲଣ୍ଡନ ଯିବେ ବୋଲି ଧାର୍ଯ୍ୟ କଲେ । କିନ୍ତୁ କିଛି ଭିନ୍ନ ଉପାୟ କରିବା ପାଇଁ ସେମାନେ ଚିନ୍ତା କଲେ । ଏହାପରେ ଉପାୟ କଲେଯେ କାରରେ ଯିବାପାଇଁ । ମନକୁ ଏହି କଥା ଆସିବା ମାତ୍ରେ ଏହା ବିଷୟରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଲେ । ଭିଜା ଏବଂ ଅନ୍ୟ ମସସ୍ତ କାଗଜ କାମ ମଧ୍ୟ ସାରିଦେଲେ ଏବଂ କାରରେ ପୂରା ପରିବାର ବାହାରିଗଲେ ।

ରାସ୍ତାରେ କେଉଁଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା ତାହା ମଧ୍ୟ କହିଛନ୍ତି ସେହି ପରିବାର । ଚୀନ ଏବଂ କିର୍ଗିସ୍ତାନ ମଧ୍ୟରେ ଯିବା ସମୟରେ ରାସ୍ତାରେ ଏକ ବଡ଼ ଆକୃତିର ବରଫ ଜମି ଯାଇଥିଲା ଏବଂ ରାସ୍ତା କଡ଼ରେ ରୋଡ଼ ରିଫ୍ଲେକ୍ଟର ମଧ୍ୟ ନଥିଲା । ସେଠାରେ ରହିବା ପାଇଁ କୌଣସି ସୁଯୋଗ ମଧ୍ୟ ନଥିଲା । ଏହା ବ୍ୟତୀତ ସେମାନେ ଚୀନ ମଧ୍ୟକୁ ମଧ୍ୟ ଯାଇପାରିନଥାନ୍ତେ, କାରଣ କେବଳ ରାସ୍ତା ପାର ହେବା ପାଇଁ ସେମାନେ ଭିଜା କରିଥିଲେ । କେବଳ ଗୋଟିଏ ଡର ଥିଲା ପିଲା ମାନଙ୍କୁ ନେଇ କିଭଳି ରହିବେ । ହଠାତ ସେହି ନିକଟରେ ଏକ ଛୋଟ ଗାଁ ନଜର ଆସିଲା ଏବଂ ସେମାନେ ସେଠାରେ ଆଶ୍ରୟ ନେଲେ । ଏହା ବ୍ୟତୀତ ମସ୍କୋରୁ ଲଣ୍ଡନ ଯିବା ରାସ୍ତା ମଧ୍ୟ ତାଙ୍କୁ ଖୁବ ଅଦ୍ଭୁତ ଲାଗିଲା ।

ସେହି ପରିବାରର କହିବା ଅନୁସାରେ ସେମାନେ ବୋଧହୁଏ ପ୍ରଥମ ପରିବାର ଯିଏ ତିନି ପିଢୀ ମିଶି ଏକା ସାଙ୍ଗରେ ଏଭଳି ରାସ୍ତାରେ ଅତିକ୍ରମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More