Only for Entertainment

ଇଣ୍ଡିଆନ ଆଇଡଲ ୧୧ ସେଟରେ ପହଁଚିଲା ସାରେଗାମାପା ଲିଟିଲ ଚ୍ୟାମ୍ପସର ବିଜେତା, ଡ୍ରଗ୍ସ ଏବଂ ଡିପ୍ରେସନର କାହାଣୀ ଶୁଣି ଜଜ ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ

latestly
43

ସୋନୀ ଟିଭିର ଲୋକପ୍ରିୟ ରିଅଲିଟି ଶୋ’ ଇଣ୍ଡିଆନ ଆଇଡଲର ୧୧ତମ ସିଜିନ ଆରମ୍ଭ ହୋଇସାରିଛି । ପ୍ରତିଯୋଗୀମାନେ ନିଜର ଟ୍ୟାଲେଣ୍ଟକୁ ଦୁନିଆକୁ ଦେଖାଇବା ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି । କିନ୍ତୁ ଚଳିତ ସିଜିନରେ ଏପରି ଜଣେ ପ୍ରତିଯୋଗୀ ଶୋ’ରେ ପହଁଚିଛନ୍ତି ଯାହାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ଏହି ପ୍ରତିଯୋଗୀ ଜଣଙ୍କ ପୂର୍ବରୁ ଏକ ସିଙ୍ଗିଂ ରିଅଲିଟି ଶୋ ଜିତି ନିଜ ନାମକୁ ପୂରା ଦେଶରେ ପରିଚିତ କରାଇଥିଲେ କିନ୍ତୁ ଏବେ ତାଙ୍କ ଅବସ୍ଥା ଯେ କେହି ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ । ଆମେ କହୁଛୁ ଅଜମତ ହୁସୈନଙ୍କ ବିଷୟରେ । ସେ ୮ ବର୍ଷ ପୂର୍ବେ ସାରେଗାମାପା ଲିଟିଲ ଚ୍ୟାମ୍ପସ ଶୋ ଜିତିଥିଲେ ।

ଅସଲରେ ରିଅଲିଟି ଶୋ ହାରିବା ପରେ ପିଲାମାନଙ୍କର ଜୀବନରେ ଆସୁଥିବା ବାଧା ବିଷୟରେ ତ ଆପଣ ଅନେକ ସମୟରେ ଶୁଣିଥିବେ କିନ୍ତୁ ଶୋ ଜିତିବା ପରେ ବି କାହାର ଏପରି ଦୟନୀୟ ଜୀବନ ବିଷୟରେ ଆପଣ ଶୁଣିନଥିବେ । ଇଣ୍ଡିଆନ ଆଇଡଲ ୧୧ ସେଟରେ ଅଜମତ ପହଁଚିବା ପରେ ନେହା କକ୍କର ତାଙ୍କୁ ଚିହ୍ନିଦିଅନ୍ତି । ଶୋ ଜିତିବାର ଆଠ ବର୍ଷ ମଧ୍ୟରେ ତାଙ୍କ ଲାଇଫରେ କ’ଣ ସବୁ ପରିବର୍ତ୍ତନ ହୋଇଛି ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଅଜମତ କୁହନ୍ତି ସମୟ ସହିତ ତାଙ୍କ ଭଏସରେ ପରିବର୍ତ୍ତନ ହେବାକୁ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା । ଏହାକୁ ନେଇ ସେ ଡିପ୍ରେସନକୁ ଚାଲିଯାଇଥିଲେ ଏବଂ ଖରାପ ପିଲାମାନଙ୍କ ସହିତ ମିଶି ଡ୍ରଗ୍ସ ନେବା ଆରମ୍ଭ କରିଦେଇଥିଲେ ।

ଏହାର ଏକ ଭିଡିଓ ସୋନୀ ଟିଭି ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଶା କରାଯାଉଛି ଏହି ଶୋ’ ତାଙ୍କ ଲାଇଫକୁ ଖୁବ ପରିବର୍ତ୍ତନ କରିବାରେ ସହାୟକ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More