Only for Entertainment

ସୋନା ମହାପାତ୍ର: ନେହା କକ୍କରଙ୍କୁ ରିଆଲିଟି ଶୋ’ରେ ଚୁମା ଦେବା ଘଟଣା ଥିଲା ସୋନି ଟିଭିର ମାର୍କେଟିଙ୍ଗ ଷ୍ଟ୍ରାଟେଜୀ

kanaklifestyle
27

ଗତ ବର୍ଷରୁ ଲଗାତାର ଭାବରେ ଲାଇମ ଲାଇଟରେ ଚର୍ଚ୍ଚାକୁ ଆସି ଯାଉଛନ୍ତି ଗାୟିକା ସୋନା ମହାପାତ୍ର । ନିକଟରେ ପୁଣିଥରେ ଅନୁ ମଲ୍ଲିକଙ୍କୁ ସିଧାସଳଖ ଟାର୍ଗେଟ କରି ମି ଟୁ ଅଭିଯାନକୁ ଦୋହରାଇ ଥିଲେ ସୋନା । ତେବେ ଏବେ କିନ୍ତୁ ମି ଟୁ ନୁହେଁ ବରଂ ନେହା କକ୍କରଙ୍କ ସହିତ ସୋନି ଭିଟିରେ ହୋଇଥିବା ଘଟଣାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସୋନା । ଏହା ସହିତ ଟିଆର୍ପି ପାଇଁ ଚ୍ୟାନେଲ୍ ଅନୁଙ୍କୁ ବ୍ୟବହାର କରୁଥିଲା ବୋଲି ସେ ଏକ ଫେସ୍ବୁକ୍ ପୋଷ୍ଟ୍ରେ ଅଭିଯୋଗ କରିଛନ୍ତି।

 

ଏଥିରେ ସୋନା ଲେଖିଛନ୍ତି,“ସୋନି ଟିଭି ଯୋଜନାବଦ୍ଧ ଭାବେ ଅନୁ ମଲିକଙ୍କୁ ଜଜ୍ ଭାବେ ନେଇଥିଲା। ସେମାନେ ଲୋକପ୍ରିୟତା ଓ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତାଙ୍କର ବଦନାମୀଙ୍କୁ ବ୍ୟବହାର କରିଥିଲେ। ଏପରିକି ଶୋ’ରେ ଜଣେ ପ୍ରତିଯୋଗୀ ନେହା କକ୍କରଙ୍କୁ ଜବରଦସ୍ତି ଚୁମା ଦେବା ମଧ୍ୟ ସେମାନଙ୍କର ମାର୍କେଟିଂ ଷ୍ଟ୍ରାଟେଜୀ ଥିଲା। ଏହି ଏପିସୋଡ୍ର କ୍ଲିପ୍ଟିକୁ ଏଡିଟ୍ କରାଯାଇଥିଲା। ଭିଡିଓଟିକୁ ଭାଇରାଲ୍ କରିବା ଉଦ୍ଦେଶ୍ୟରେ ତିଆରି କରାଯାଇଥିଲା।”

 

ସେ ଆହୁରି ଲେଖିଛନ୍ତି, “ବ୍ୟାବସାୟିକ ଫାଇଦା ଓ ପ୍ରୋମୋସନ୍ ପାଇଁ ‘ଯୌନ ଉତ୍ପୀଡନ’ ଥିମ୍କୁ ବ୍ୟବହାର କରିବା ସବୁବେଳେ ନିନ୍ଦନୀୟ। ମୁଁ ନିଶ୍ଚିତ ଯେ ଏଭଳି ଭାବେ ଲୋକଙ୍କୁ ମଜାର ଖୋରାକ୍ ଯୋଗାଇ ସୋନି ଟିଭି ଟିମ୍ ସାରା ଦେଶକୁ ପରିହାସ କରୁଛି।”

ଏହା ସହିତ ସେ ‘ଇଣ୍ଡିଆନ୍ ଆଇଡଲ୍’ର ଅନ୍ୟତମ ଜଜ୍ ବିଶାଲ୍ ଦଦଲାନୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ ଆପଣ ବି ଏହି ରୋଗର ଏକ ଅଂଶ ନା ଏହାକୁ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି?

 

ସୂଚନାଯୋଗ୍ୟ, ‘ମି ଟୁ’ ଅଭିଯାନ ବେଳେ ଅନୁ ମଲିକଙ୍କ ବିରୋଧରେ ସୋନାଙ୍କ ସହିତ ଶ୍ୱେତା ପଣ୍ଡିତ ଓ ଆଉ କିଛି ମହିଳା ଅସଦାଚରଣ ଅଭିଯୋଗ ଆଣିଥିଲେ। ସେହିପରି କିଛି ଦିନ ତଳେ ନେହା ଭାସୀନ ମଧ୍ୟ ତାଙ୍କ ବିରୋଧରେ ଏଭଳି କିଛି ଅଭିଯୋଗ ଆଣିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More