Only for Entertainment

ଇଣ୍ଡିଆନ ଆଇଡଲରେ ନେହା ଏବଂ ଅନୁ ମଲିକଙ୍କ ଝଗଡ଼ା,କାନ୍ଦିବାକୁ ଲାଗିଲେ ପ୍ରତିଯୋଗୀ । ଦେଖନ୍ତୁ ଭିଡ଼ିଓ ।

jansatta
0 108

ପପୁଲାର ସିଙ୍ଗର ନେହା କକ୍କର ଏବେ ଇଣ୍ଡିଆନ ଆଇଡଲରେ ଜଜ ଭାବରେ ନଜର ଆସୁଛନ୍ତି । ନେହାଙ୍କ ବ୍ୟତୀତ ଗାୟକ ଅନୁ ମଲ୍ଲିକ ଏବଂ ବିଶାଲ ଡଡଲାନି ମଧ୍ୟ ଜଜ ଭାବରେ ନଜର ଆସୁଛନ୍ତି । ଗତ ଏକ ଏପିସୋଡରେ ଜଣେ ପ୍ରତିଯୋଗୀଙ୍କୁ ନେଇ ନେହା ଏବଂ ଅନୁଙ୍କ ମଧ୍ୟରେ ଝଗଡ଼ା ହେବାକୁ ଲାଗିଲା । ଏହାପରେ ନେହା ସିଟ ଛାଡ଼ି ଷ୍ଟେଜ ପଛକୁ ଚାଲିଗଲେ । ନେହା ଅନୁଙ୍କୁ କହିଲେଯେ ଆପଣ ସମସ୍ତ କଥାରେ ଅରାଜି ହେଉଛନ୍ତି । ଯାହା ନ ହେବା ଉଚିତ । ଏହାପରେ ଅନୁ କହୁଛନ୍ତିଯେ ମୁଁ ମ୍ୟୁଜିକ ବୁଝିପାରେ । ମୁଁ ୪୦ ବର୍ଷ ହେବ ଗୀତ ଗାଉଛି । ଏହାପରେ ବ୍ୟାକଗ୍ରାଉଣ୍ଡରୁ ନେହା କହୁଛନ୍ତିଯେ ମୁଁ ଆଜି ପର୍ଯ୍ୟନ୍ତ ଯେତେ ଗୀତ ଗାଇଛି ସବୁ ହିଟ ହୋଇଛି । ଅନୁ କହୁଛନ୍ତି ମୋର ସବୁ ଗୀତ ସୁପରହିଟ ହୋଇଛି । ନେହା କହୁଛନ୍ତି ମୋତେ ୪୦ ବର୍ଷ ହୋଇନାହିଁ । ୪୦ ବର୍ଷର ଅଭିଜ୍ଞତା କେଉଁଠାରୁ ଆଣିବି । ଏହାପରେ ବିଶାଲ ଅନୁଙ୍କୁ ବୁଝାଇଛନ୍ତି ।

ବାସ୍ତବରେ ଏହା ସତ୍ୟ ନଥିଲା ରାଜସ୍ଥାନର ରେଣୁନଗରରୁ ଆସିଥିବା ଜଣେ ପ୍ରତିଯୋଗୀଙ୍କ ଗୀତ ସେମାନଙ୍କୁ ଭଲ ଲାଗିଥିଲା । ସେମାନେ ଏହା ମଜାରେ କରୁଥିଲେ । ଏହାପରେ ରେଣୁଙ୍କୁ ୩ ଜଣ ଗୋଲଡେନ ଟିକେଟ ଦେଇଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More