Only for Entertainment

ହଲିଉଡରେ ଭାରତୀୟ କଳାକାର

ui universal
0 45

ବଲିଉଡରେ ପ୍ରତିଦିନ ନୂଆ ପ୍ରତିଭା ସହିତ ନୂଆ କଳାକାର ଦେଖିବା କିଛି ଆଶ୍ଚର୍ଯ୍ୟର କଥା ନୁହେଁ । କିନ୍ତୁ ବଲିଉଡରେ ହଲିଉଡର ନୂଆ ପ୍ରତିଭା ସହିତ ନୂଆ କଳାକାରଙ୍କୁ ଦେଖିବା ନିହାତି ଆଶ୍ଚର୍ଯ୍ୟଜନକ । ଠିକ ସେହିଭଳି ଜଣେ ପ୍ରତିଭାଙ୍କୁ ଦେଖିବାକୁ ମିଳିଛି ହଲିଉଡ ଇଣ୍ଡଷ୍ଟ୍ରିରେ । ସେ ହେଉଛନ୍ତି ପ୍ରଭାକର ଶରଣ । ଯିଏକି ପାଟନାରେ ଜନ୍ମ ହୋଇଥିଲେ । ତେବେ ପ୍ରଭାକର ଶରଣ ହେଉଛନ୍ତି ଜଣେ ସେହି ପ୍ରତିଭା ଯିଏକି ହଲିଉଡରେ ଏନ୍ରେଡାଡୋସ ଲା କନଫ୍ୟୁଜନରେ ଅଭିନୟ କରିଛନ୍ତି । ଏହା ଏଭଳି ଏକ ଆମେରୀକୀୟ ଫିଲ୍ମ ଯାହା ବଲିଉଡ ଷ୍ଟାଇଲରେ ନିର୍ମାଣ କରାଯାଇଛି । ଏହି ଫିଲ୍ମକୁ କୋଷ୍ଟାରିକା, ମୁମ୍ବାଇ ଏବଂ ପନାମାରେ ସୁଟିଂ କରାଯାଇଥିଲା । ଫିଲ୍ମରେ ବଲିଉଡ ଭଳି ନୃତ୍ୟ ଏବଂ ଗୀତ ମଧ୍ୟ ନଜର ଆସିଥିଲା । ତେବେ ଫିଲ୍ମଟି ଭଲ ରୋଜଗାର ମଧ୍ୟ କରିଥିଲା ।

ପ୍ରଭାକର ଆଉ ଏକ ଫିଲ୍ମରେ ନଜର ଆସିବେ ବୋଲି ସୂଚନା ମିଳିଛି । ପ୍ରଭାକରଙ୍କ ସହିତ ନେନ୍ସୀ ଡୋବଲ୍ସ ମଧ୍ୟ ନଜର ଆସିବେ । ପ୍ରଭାକର ଏହି ଫିଲ୍ମକୁ ‘ଏକ ଚୋର ଦୋ ମସ୍ତୀଖୋର’ ନାମରେ ହିନ୍ଦୀ, ଇଂରାଜୀ ଏବଂ ଭୋଜପୁରୀ ଭାଷାରେ ରିଲିଜ କରିବାକୁ ଚାହୁଁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More