Only for Entertainment

ପାଟିରେ ଷ୍ଟ୍ର ପୂରାଇ ଗିନିଜ ରେକର୍ଡରେ ସ୍ଥାନ ପାଇଥିଲେ ମନୋଜ

ste.india.com
0 56

ବ୍ରହ୍ମପୁରର ୨୩ବର୍ଷ ବୟସ୍କ ମନୋଜ କୁମାର ମହାରଣାଙ୍କର ରହିଛି ଅଜବ ପ୍ରକାର ନିଶା । କେବେ ସେ ପାଟି ଭିତରେ ପ୍ଲାଷ୍ଟିକ ଷ୍ଟ୍ର ପୂରାଇଥାଆନ୍ତି ତ ଆଉ କେବେ ରଖିଥାନ୍ତି ମହମବତି । ଏହି ଅଜବ ନିଶା ଯୋଗୁଁ ସେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇଛନ୍ତି ।

୨୦୧୭ ଅଗଷ୍ଟ ୨୮ରେ ବ୍ରହ୍ମପୂର ଟାଉନ ହଲରେ ସେ ନିଜ ପାଟିରେ ୪୫୯ଟି ପ୍ଲାଷ୍ଟିକ ଷ୍ଟ୍ର ପୂରାଇ ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ଗିନିଜ ରେକର୍ଡ ବୁକ୍ରେ ତାଙ୍କ ନାଁ ସ୍ଥାନ ପାଇଛି । ଏହାପୂର୍ବରୁ ପରଟିରେ ଅଧିକ ସଂଖ୍ୟକ ଷ୍ଟ୍ର ରଖିଥିବା ରେକର୍ଡ ଥିଲା ୪୦୦ଟି ଷ୍ଟ୍ର ରଖିଥିବା ଲଣ୍ଡନର ସାଇମନ୍ ଏଲମୋର୍ଙ୍କ ନାଁ ରେ । ମନୋଜ ନିଜ ପାଟିରେ ୨୧ଟି ଜ୍ୱଳନ୍ତା ମହମବତି ରଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି । ପାଟିରେ ୨୪ଟି ମହମବତି ରଖି ସେ ଏସିଆରେ ରେକର୍ଡ କରିଛନ୍ତି ।

ମନୋଜ ନିଜ ଓଠ ଉପରେ ଗୋଟିଏ କଲମକୁ ୧୩ମିନିଟ ୫୪ସେକେଣ୍ଡ ପର୍ଯ୍ୟନ୍ତ ରଖିଥିଲେ ଯାହାକି ଆମେରିକା ସ୍ଥିତି ରେକର୍ଡ ସେଟର ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ଏସବୁ ବ୍ୟତୀତ କମ୍ ସମୟ ମଧ୍ୟରେ ଶୀଘ୍ର ଅଧିକ ଥର ଅକ୍ଷର ଲେଖିବା, ପାଟି ଭିତରେ ୨୬୫ଟି ତାସ୍ କାର୍ଡ ରଖିବା, କ୍ଷୁଦ୍ର ବର୍ଗାକାର କ୍ଷେତ୍ରରେ ଗୋଟିଏ ମିନିଟ ଭିତରେ ପେନସିଲରେ ଅଧିକ ଥର ବିନ୍ଦୁ ପକାଇବା ଆଦି କୌଶଳ ପ୍ରଦର୍ଶନ କରି ଆହୁରି ରେକର୍ଡ ସ୍ଥାପନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ତାଙ୍କର ଏହି ନିଆରା ପ୍ରତିଭା ଯୋଗୁଁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀବ ପଟ୍ଟନାୟକ ତାଙ୍କୁ ସମ୍ବର୍ନ୍ଧନା କରିଥିଲେ । ମନୋଜ ଗଣିତରେ ସ୍ନାତକୋତ୍ତର ପଢିବା ପରେ ଅଧିକ ପଢାପଢି ଓ ଅଧ୍ୟାପକ ଚାକିରୀ ଆଶା ନେଇ ବର୍ତ୍ତମାନ ବ୍ରହ୍ମପୂରରେ ରହୁଛନ୍ତି । ନିଜର ନିଶା ଗୁଡିକୁ ମଧ୍ୟ ବଂଚାଇ ରଖିବାକୁ ତାଙ୍କରି ପ୍ରବଳ ଇଚ୍ଛା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More