Only for Entertainment

ଆପଣଙ୍କ ହୃଦୟକୁ ମଧ୍ୟ ଛୁଇଁଯିବ ସେନା ଜବାନମାନଙ୍କ କଣ୍ଠରେ ଏହି ସୁନ୍ଦର ଗୀତ, ଦେଖନ୍ତୁ ଭିଡିଓ

zee news
0 47

ଆମ ଦେଶର ସୈନିକମାନଙ୍କ କଥା ଖୁବ ନିଆରା । ଯେକୌଣସି ପରିସ୍ଥିତି ହେଉ ଦେଶକୁ ରକ୍ଷା କରିବା ପାଇଁ ସେମାନେ ସର୍ବଦା ତତ୍ପର ଥାନ୍ତି । ପରିବାର ଠାରୁ ଦୂରରେ, ଦେଶର ସୀମାରେ ସେମାନଙ୍କର ଜୀବନ ଯେପରି ହେଉ, ଯେତେ କଠିନ ସମସ୍ୟା ଥାଉ ନା କାହିଁକି ସେମାନଙ୍କ ମୁହଁରେ ସର୍ବଦା ଖୁସି ଦେଖିବାକୁ ମିଳିଥାଏ ।

ନିକଟରେ ଦିଲ୍ଲୀର ଇଣ୍ଡିଆଗେଟରେ ଜବାନମାନେ ଫିଲ୍ମ ‘ବର୍ଡର’ ଫିଲ୍ମର ଗୀତ ‘ସନ୍ଦେଶେ ଆତେ ହେଁ’ ଗାଇଥିବାର ଦେଖିବାକୁ ମିଳିଛି । ଗୀତ ଗାଇବା ପୂର୍ବରୁ ସେଠାରେ ଉପସ୍ଥିତ ସମସ୍ତ ଲୋକେ ତାଳି ମାରି ସେମାନଙ୍କୁ ସ୍ୱାଗତ କରିଥିଲେ । ଜବାନଙ୍କର କଣ୍ଠସ୍ୱର କୌଣସି ପ୍ଲେବ୍ୟାକ ସିଙ୍ଗରଙ୍କ ସ୍ୱର ଠାରୁ କମ ନୁହେଁ । ଏହି ଭିଡିଓକୁ ସୀମା ସୁରକ୍ଷା ବଳ ନାମକ ଫେସବୁକ ଆକାଉଣ୍ଟ ସେୟାର କରିଛନ୍ତି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More