Only for Entertainment

ବିଦେଶୀଙ୍କ ଟଏଲେଟରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ! ଦେଖନ୍ତୁ ଭାଇରାଲ ଫଟୋ ।

India Today
33

ଭାରତୀୟ ସଂସ୍କୃତିରେ ଦେବୀଦେବତାଙ୍କ ପୂଜାକୁ ସର୍ବଶ୍ରେଷ୍ଠ ମନାଯାଇଥାଏ । ପୂଜାରେ ସାମାନ୍ୟ ଭୁଲ୍ ହୋଇଗଲେ ମଧ୍ୟ ଶ୍ରଦ୍ଧାଳୁଙ୍କ କ୍ରୋଧ ବଢିଯାଇଥାଏ । କିନ୍ତୁ କିଛି ଲୋକଙ୍କ ଅଜ୍ଞାନତା କ୍ରୋଧ ସହ ହିଂସା ଭଳି ପରିସ୍ଥିତି ମଧ୍ୟ ଉପୁଜେ ଏବଂ ଏହାର କାରଣ ଦେବୀ ଦେବତାଙ୍କୁ ଅସମ୍ମାନ କରିବାରେ ଥାଏ । ଏଭଳି ଏକ ଘଟଣା ଘଟିଛି ଆମେରିକାର ନ୍ୟୁୟର୍କରେ ଥିବା ଏକ ପବ୍ ର । ଏହି ପବ୍ ର ଟଏଲେଟ୍ (ପାଇଖାନା) ଭିତରେ ଦେବୀ ଦେବତାଙ୍କ ଫଟୋ ଲଗାଇବା ଏବେ ଲୋକଙ୍କ ପାଇଁ କ୍ରୋଧର କାରଣ ପାଲଟିଛି । ଏହି ପବ୍ ର ନାଁ “ହାଉସ୍ ଅଫ୍ ୟେସ୍ ପବ୍” ବୋଲି କୁହାଯାଉଛି । ସୁତ୍ର ଅନୁସାରେ,ଏହି ପବ୍ ର ଭିଆଇପି ଟଏଲେଟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Godes

ତେବେ ଭାରତର ଜଣେ ମହିଳା ଅଙ୍କିତା ମିଶ୍ରା କିଛି ଦିନ ତଳେ ଏହି ପବ୍ କୁ ଯାଇଥିଲେ ଏବଂ ସେଠାରେ ଏଭଳି ଦୃଶ୍ୟ ଦେଖି ହତବାକ୍ ହେବା ସହ ରାଗି ଯାଇଥିଲେ । ସେ ଉକ୍ତ ସ୍ଥାନର ଫଟୋ ଉଠାଇ ସୋସିଆଲ୍ ମିଡିଆରେ ବି ପୋଷ୍ଟ୍ କରିଥିଲେ । ପବ୍ ରେ ବିଭିନ୍ନ ଦେବାଦେବୀ ଭଗବାନ ଶିବ,ଗଣେଶ,କୃଷ୍ଣ ଏବଂ କାଳୀଙ୍କ ଫଟୋ ଥିବାର ଦେଖିବାକୁ ମିଳିଥିଲା । ତେବେ ଏଭଳି ଦୃଶ୍ୟ ଦେଖିବା ପରେ ଯୁବତୀ ଜଣକ ପବ୍ ପ୍ରଶାସନକୁ ଏନେଇ ଇମେଲ୍ ପଠାଇ ତାଗିତ୍ କରିଥିଲେ ।

god-Toilet

ଇମେଲ୍ ପାଇବା ପରେ ପ୍ରଶାସନ ନିଜର ଭୁଲ୍ ବୁଝିପାରି ଟଏଲେଟରୁ ଫଟୋଗୁଡିକ ବାହାର କରିଥିଲେ । ନିଜର ଯବାବ୍ ଦେବାକୁ ଯାଇ ପ୍ରଶାସନ ଭୁଲ୍ ହୋଇଥିବା ମଧ୍ୟ ସ୍ୱୀକାର କରିଥିଲେ । ତେବେ ଏହି ପବ୍ ନ୍ୟୁୟର୍କର ବୁଶବିକ୍ ଠାରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More