Only for Entertainment

ପ୍ରଥମଥର ଦେଶରେ ଖୋଲିଲା ‘ଗାରବେଜ କାଫେ’ , ଅଳିଆ ବଦଳରେ ମିଳିବ ଖାଦ୍ୟ !

25

ପୃଥିବୀରେ ପ୍ଲାଷ୍ଟିକର ପରିମାଣ ବଢିଗଲାଣି । ଆରମ୍ଭରୁ ଏହାର ଖୁବ ବ୍ୟବହାର କରାଯାଇଛି ମାତ୍ର ଏବେ ଏହା ପ୍ରକୃତି ପାଇଁ ବଡ ବିପଦ ପାଲଟିଗଲାଣି । ଦୁନିଆସାରା ପ୍ଲାଷ୍ଟିକ ବ୍ୟବହାର କମ କରାଯାଉଛି । ପ୍ଲାଷ୍ଟିକର ବ୍ୟବହାର ଯୋଗୁଁ ଏହା ନଦୀ ସମୁଦ୍ରରେ ପଶି ବାୟୁମଣ୍ଡଳ ପ୍ରଦୂଷିତ ହେଉଛି । ଯାହାଦ୍ୱାରା ମାଛ ଏବଂ ଜୀବଜନ୍ତୁଙ୍କ ପ୍ରାଣ ଯାଉଛି । ଏହି କଥାକୁ ନେଇ ଛତିଶଗଡରେ ଏକ ନୂଆ ଯୋଜନା ପ୍ରସ୍ତୁତ ହୋଇଛି । ଯାହାର ନାଁ ରହିଛି ‘ଗାରବେଜ କାଫେ’ । ଏହା ଦେଶର ପ୍ରଥମ କାଫେ, ଯେଉଁଠି ଆପଣ ପ୍ଲାଷ୍ଟିକ ଦେଇ ଭରପୂର ପେଟ ଖାଇବାକୁ ପାଇବେ ।

ଏହି କାଫେ ଅନ୍ତର୍ଗତ ‘ନଗର ନିଗମ’ଗରିବ ଆଉ ବେଘର ଲୋକଙ୍କୁ ପ୍ଲାଷ୍ଟିକ ଆବର୍ଜନା ବଦଳରେ ଖାଦ୍ୟ ଦେବେ । ୧କିଲୋ ପ୍ଲାଷ୍ଟିକ ବଦଳରେ ଆପଣଙ୍କୁ ଥରେ ପେଟ ଭରି ଖାଇପାରିବେ । ଆଉ ୫୦୦ଗ୍ରାମ ପ୍ଲାଷ୍ଟିକ ଦେଲେ ଆପଣ ବ୍ରାକଫାଷ୍ଟ ଖାଇ ପାରିବେ ।

ରିପୋର୍ଟ ମୁତାବକ, ଏହି କାଫେ ସହରର ମୁଖ୍ୟ ବସ ଷ୍ଟାଂଡରେ ହେବ । ବଜେଟ ଗାର୍ବେଜ ସ୍କିମ ପାଇଁ ୫ଲକ୍ଷ ଟଙ୍କା ଦିଆଯାଇଛି । ଏହିକାରଣରୁ ନଗର ନିଗମ ଗରିବ ଏବଂ ବେଘର ଲୋକଙ୍କୁ ଖାଇବା ଯୋଗାଇବ । ଏହାସହ ପ୍ଲାଷ୍ଟିକ ଦେଉଥିବା ବେଘର ଲୋକଙ୍କୁ ମାଗଣା ରହିବା ପାଇଁ ଯୋଜନା ମଧ୍ୟ ଚାଲିଛି ।

ଏହି ପ୍ଲାଷ୍ଟିକରେ ଛତିଶଗଡର ଅମ୍ବିକାପୂର ସହରରେ ରାସ୍ତା ବନାଯିବ । ଅମ୍ବିକାପୂର, ଇନ୍ଦୋର ପରେ ଦ୍ୱିତୀୟ ପରିଷ୍କାର ସହର ରୂପେ ଚୟନ କରାଯାଇଛି । ସହରରେ ପ୍ଲାଷ୍ଟିକ ନିର୍ମିତ ସଡ ଆଗରୁ ଅଛି , ଯେଉଁଥିରେ ଗ୍ରାନୁଲ୍ସ ଏବଂ ଆସଫାଲ୍ଟର ପ୍ରୟୋଗ ହୋଇଛି । ଏହି ରୋଡରେ ୮ଲକ୍ଷ ପ୍ଲାଷ୍ଟିକ ବ୍ୟାଗର ମଧ୍ୟ ବ୍ୟବହାର କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More