Only for Entertainment

ପୋଖରୀରୁ ମିଳିଲା ‘ଇଣ୍ଡିଆଜ ଗଟ ଟ୍ୟାଲେଂଟ’ର ପ୍ରଯୋଜକଙ୍କ ମୃତଦେହ ।

india today
46

ମାଷ୍ଟର ସେଫ ଇଣ୍ଡିଆ ଏବଂ ଇଣ୍ଡିଆଜ ଗଟ ଟ୍ୟାଲେଂଟ ରିଆଲିଟି ଶୋ ପାଇଁ କାମ କରି ସାରିଥିବା ସିନୟର ପୋଷ୍ଟ ପ୍ରଡ୍ୟୁସର ସୋହନ ଚୌହାନଙ୍କ ମୃତଦେହ ରବିବାରକୁ ଉଦ୍ଧାର ହୋଇଛି । ତାଙ୍କ ଶରୀରରକୁ ରୟାଲ ପାମ ପଣ୍ଡରୁ ବାହାର କରାଯାଇଛି । ପୋଷ୍ଟମର୍ଟମ ପାଇଁ ପୋଲିସ ତାଙ୍କୁ ସିଦ୍ଧାର୍ଥ ହସ୍ପିଟାଲ ପଠାଇଥିଲା ଏବଂ ଏପର୍ଯ୍ୟନ୍ତ ଯାଂଚ ଜାରି ରହିଛି ।

 

ଏ ପର୍ଯ୍ୟନ୍ତ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସି ପାରିବ ବୋଲି କହିଛି ପୁଲିସ ।ମିଳିଥିବା ସୂଚନା ମୁତାବକ, ସୋହନ ନିଜ ପତ୍ନୀଙ୍କ ସହ ଫ୍ଲାଟ ନମ୍ବର ୧୨୦୫ରେ ରହୁଥିଲେ । କିନ୍ତୁ କିଛି ଦିନ ହେବ ସେ ଏକା ରହି ଆସୁଥିବା ଜଣା ପଡ଼ିଛି । ଶେଷ ଥର ପାଇଁ ସୋହନଙ୍କ ଘରକୁ ତାଙ୍କ ଚାକରାଣୀ ଯାଇଥିଲା ବୋଲି ସିସିଟିଭିରେ ଦେଖିବାକୁ ମିଳିଛି । ଶେଷ ଥର ପାଇଁ ସୋହନଙ୍କୁ ସୋସିଆଲ ମିଡିଆରେ ଜୁନ ୧୩ରେ ଦେଖା ଯାଇଥିଲା । ଜୁନ୍‌ ୯ରେ ସେ ସା ରେ ଗା ମା ପା ଲିଟିଲ ଚାମ୍ସର ପ୍ରମୋସନ ମଧ୍ୟ କରିଥିଲେ । ତେବେ କେଉଁ କାରଣରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

 

ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିବା ସୋହନ ଶେଷ ଥର ପାଇଁ ୧୩ ଜୁନକୁ ଫେସବୁକ ଆକସେସ କରିଥିଲେ । ପୋଲିସ ତରଫରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ସୋହନଙ୍କ ଶରୀରରୁ ଏପର୍ଯ୍ୟନ୍ତ କୌଣସି କ୍ଷତ ହୋଇଥିବା ସ୍ଥାନ ମିଳିନାହିଁ । ସିସିଟିଭି ଚେକ କରିବା ପରେ ଜଣାପଡ଼ିଲା ସେ ବିଳମ୍ବ ରାତିରେ ଘରୁ ଏକ ବୋତଲ ଧରି ବାହାରକୁ ବାହାରିଥିଲେ । ଘର ଭିତରକୁ ଯିବାପରେ ସେଠାରୁ ଏକ ରମ ବୋତଲ ମିଳିଲା ଓ ଏହା ସହିତ ଏକ ଡାଏରୀ ମଧ୍ୟ ଯେଉଁଥିରେ ସୋହନ କବିତା ଲେଖୁଥିଲେ । ତେବେ ପୋଲିସ ଏପର୍ଯ୍ୟନ୍ତ ବାସ୍ତବ ଅନୁସନ୍ଧାନ କରିପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More