Only for Entertainment

ଭାରତର ସବୁଠାରୁ ବଦନାମ ଗ୍ରାମ, ଯେଉଁଠି ଅପରାଧୀଙ୍କୁ ଯେଗାଇ ଦିଆଯାଏ ଅସ୍ତ୍ରଶସ୍ତ୍ର ।

Patrika
28

ଜନ୍ମରୁ କେହି ଅପରାଧୀ ହୋଇନଥାନ୍ତି । ପରିସ୍ଥିତି ସେମାନଙ୍କୁ ଅନେକ ସମୟରେ ଅପରାଧ କରିବାକୁ ବାଧ୍ୟ କରିଥାଏ । ଏହି ଅପରାଧ, ଅପରାଧୀଙ୍କୁ ସହଯୋଗ ପାଇଁ ଦେଶରେ ଏପରି ଏକ ଗ୍ରାମ ଅଛି ଯାହା ନିଜର କଳଙ୍କିତ ପ୍ରଥା ପାଇଁ ବଦନାମ ଅଟେ ।

ମଧ୍ୟ ପ୍ରଦେଶ-ମହାରାଷ୍ଟ୍ର ସୀମାରେ ଥିବା ସତପୁଡା ପାହାଡ଼ ନିକଟରେ ଥିବା ଏହି ଗ୍ରାମର ନାମ ହେଉଛି ପାଚୋରା । ଜନସଂଖ୍ୟା ୯୦୦ଅଟେ । ବଡ଼ କଥା ହେଉଛି ଏହି ଗ୍ରାମରେ ୧୫୦ଟି ପରିବାର ଅଛନ୍ତି, ଯେଉଁମାନେ ଅସ୍ତ୍ରଶସ୍ତ୍ର ତିଆରିରେ ମାହିର । ଏହା ଜାଣିବା ପରେ ୨୦୦୩ ମସିହାରେ ସରକାର ଯୁବକମାନଙ୍କୁ ରୋଜଗାରର ପ୍ରତିଶ୍ରୁତି ଦେବା ପରେ ଏହି ପରିବାରର ଅନେକ ଯୁବକ ଆତ୍ମ ସମର୍ପଣ କରିଥିଲେ । ଆଉ କିଛି ବିଲବାଡି ଏବଂ ଛୋଟମୋଟ ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ସରକାର ନିଜ ପ୍ରତିଶ୍ରୃତିରୁ ଦୂରେଇ ଯାଇଥିବା ଅନୁଭବ କରି ଏହି ଗ୍ରାମର ଲୋକେ ପୁଣି ଥରେ ନିଜ ପୁରୁଣା ପେଶାକୁ ଫେରିଥିଲେ ।

ଆଜି ବି ଗ୍ରାମର ୧୦ ପ୍ରତିଶତରୁ ଅଧିକ ଲୁଚାଛପାରେ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛନ୍ତି । କୁହାଯାଏ ଯେ, ସାମାଜିକ ଗୌରୀ ଲଙ୍କେଶଙ୍କ ହତ୍ୟାରେ ଯେଉଁ ବନ୍ଧୁକ ବ୍ୟବହାର ହୋଇଥିଲା ସେହି ବନ୍ଧୁକଟି ଏହି ଗ୍ରାମରେ ତିଆରି ହୋଇଥିଲା । ଏହା ଜଣାପଡିବା ପରେ ପୁର୍ନବାର ପାଚୋରା ଗ୍ରାମ ଚର୍ଚ୍ଚାକୁ ଆସିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More