Only for Entertainment

କିଛି ଏଭଳି ରହିଛି ହ୍ରିତିକଙ୍କ ଆଲିସାନ ବଙ୍ଗଳାର ଦୃଶ୍ୟ, ଦେଖନ୍ତୁ ଫଟୋ !

31

ଫ୍ୟାନ୍ସମାନେ ସବୁବେଳେ ଜାଣିବା ପାଇଁ ଏକ୍ସସାଇଟେଡ ଥାଆନ୍ତି ଯେ ତାଙ୍କ ପ୍ରିୟ ଷ୍ଟାର କିଭଳି ଏବଂ କେଉଁଠାରେ ରୁହନ୍ତି । ଫ୍ୟାନ୍ସମାନେ ଷ୍ଟାରମାନଙ୍କର ବିଷୟରେ ଛୋଟ ଛୋଟ କଥା ଜାଣିବା ପାଇଁ ଚାହାନ୍ତି । ନିକଟରେ ହ୍ରିତିକ ରୋଶନଙ୍କ ଘରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହ୍ରିତିକଙ୍କ ଆଲିସାନ ବଙ୍ଗଳାରେ ସାଜସଜ୍ଜା ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ହ୍ରିତିକଙ୍କ ଆପାର୍ଟମେଂଟ ଜୁହୁସ୍ଥିତ ପ୍ରାଇମ ବିଚ ବିଲ୍ଡିଂର ତୃତୀୟ ମହଲାରେ ଅବସ୍ଥିତ । ସେ ନିଜ ଘର ଇଂଟେରିୟରକୁ ସଜାଇବା ଲାଗି ଖୁବ ପରିଶ୍ରମ କରିଥିବେ ନିଶ୍ଚୟ ।

ଡାଇନିଂରୁ ପୁଲ ପର୍ଯ୍ୟନ୍ତ ହ୍ରିତିକଙ୍କ ଘରର କୋଣ କୋଣକୁ ଦେଖିଲେ ଆପଣଙ୍କ ଧ୍ୟାନ ଆକର୍ଷିତ ହୋଇଯିବ । ଘରର କାନ୍ଥରେ ଯେଉଁ କୋଟେସନ ନଜର ଆସୁଛି , ଏଥିମଧ୍ୟରୁ ହ୍ରିତିକ ନିଜେ କିଛି ଲେଖିଛନ୍ତି ।

ଏହାବ୍ୟତୀତ କାନ୍ଥରେ ହ୍ରିତିକ ରୋଶନ ନିଜ ପୁଅଙ୍କ କୋଲାଜ ମଧ୍ୟ ଲଗାଇଛନ୍ତି ଯାହା ଖୁବ ସୁନ୍ଦର ହୋଇଛି । ସବୁଠାରୁ ଖାସ କଥା ହେଉଛି ହ୍ରିତିକଙ୍କ ପଡୋଶୀ ହେଉଛନ୍ତି ଅକ୍ଷୟ କୁମାର ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ହ୍ରିତିକ ଖୁବ ଶୀଘ୍ର ସୁପର ୩୦ରେ ନଜର ଆସିବେ । ଫିଲ୍ମରେ ହ୍ରିତିକ ପ୍ରଥମ ଥର ବିହାରୀ ଭୂମିକାରେ ନଜର ଆସିବେ । ନିଜ ଭୂମିକାକୁ ଭଲଭାବେ ବୁଝିବା ଲାଗି କଡା ପରିଶ୍ରମ କରିଛନ୍ତି ହ୍ରିତିକ । ଏହି ଫିଲ୍ମ ଚଳିତ ବର୍ଷ ୨୯ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More