Only for Entertainment

ଅଭିଶେକ-ଐଶ୍ୱର୍ଯ୍ୟାଙ୍କ ନୂଆ ଘର ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ, ଦେଖନ୍ତୁ ଏହାର ଫଟୋ ।

INDIA
0 190

କଳାକାର ମାନଙ୍କ ଜୀବନ ଶୈଳୀ ସମ୍ପର୍କରେ ଜାଣିବା ପାଇଁ ଦର୍ଶକ ଏବଂ ପ୍ରଶଂସକମାନେ ଖୁବ ଉତ୍ସାହର ସହ ଚାହିଁ ବସିଥାଆନ୍ତି । ସେହିପରି ତାଙ୍କ ପିନ୍ଧିବା ଠାରୁ ଆରମ୍ଭ କରି ରହିବା ଖାଇବା ଏସବୁ ଜାଣିବା ପାଇଁ ଲୋକମାନେ ଖୁବ ଆଗ୍ରହ ଦେଖାଇଥାଆନ୍ତି । ଏହି ସମସ୍ତ ବିଷୟରେ କଳାକାରମାନେ ଜାଣନ୍ତି ତେଣୁ ସେମାନେ ଏହି ରିପୋର୍ଟ ସବୁଠାରେ ଲୋକଲୋଚନକୁ ଆଣିବା ପାଇଁ ପ୍ରକାଶ କରିଥାଆନ୍ତି । ଯେପରି କିଛି ଦିନ ପୂବେ ବିରାଟୁ ଏବଂ ଅନୁଷ୍କା ନିଜର ନୂଆ ଘର ମୁମ୍ବାଇରେ ଦେଖାଇଥିଲେ । ଏବେ ଐଶ୍ୱର୍ଯ୍ୟା-ଅଭିଶେକଙ୍କ ନୂଆ ଘର ଫଟୋ ବାହାରକୁ ଆସିଛି । ଏହା ମଧ୍ୟ ମୁମ୍ବାଇରେ ଅବସ୍ଥିତ । ବାନ୍ଦ୍ରାର କୁର୍ଲା କମ୍ପଲେକ୍ସ ଜାଣନ୍ତି ଏହାର ମୂଲ୍ୟ କେତେ ରହିଛି । ସେ ଯାହା ବି ଏହି କଳାକାର ମାନଙ୍କୁ କିଛି ଫରକ ପଡେ ନାହିଁ । ତାଙ୍କ ପାଇଁ ଏସବୁ ଏତେ ବଡ କଥା ନୁହେଁ ।

CaptureGG

ଅଭିଶେକ-ଐଶ୍ୱର୍ଯ୍ୟା ଏହି ଘର ୨୧କୋଟି ଟଙ୍କା ଦେଇ କିଣିଛନ୍ତି । ଏହି ଘର ଦୁହେଁ ୨୦୧୫ରେ କିଣିଥିଲେ । ଏଥିରେ କାହାର ଟଙ୍କା ଅଧିକ ଲାଗିଛି ଏହା ଆମକୁ ଜଣା ନାହିଁ । ମାତ୍ର କଥା ହେଉଛି ଯାହାର ଟଙ୍କା ଏହି ଘର କିଣିବାରେ ଅଧିକ ଥିବ ସେ ତ ବାଲକୋନୀରେ ବସି ଚା’ ଅର୍ଡର କରିବ । ସାଢେ ୫ହଜାର ସ୍ୱୋୟାରଫୁଟରେ ନିର୍ମିତ ହୋଇଛି ଘର । ଅର୍ଥାତ ସ୍ୱୋୟାରଫୁଟ ପିଛା ୩୫ହଜାର ଟଙ୍କା ମୂଲ୍ୟ ପଡିଛି । ତଲାଟି ଏବଂ ପନ୍ଥକୀ ଆସୋସିଏଟସ ଏହି ଘର ଡିଜାଇନ କରିଛନ୍ତି । ସୋନମ କପୁର ମଧ୍ୟ ଏହି ଠାରେ ଏକ ଘର ବୁକ କରିଛନ୍ତି ।

Capture

ଐଶ୍ୱର୍ଯ୍ୟା-ଅଭିଶେକ ଏବେ ମଧ୍ୟ ସେହି ପୁରୁଣା ଘରେ ଜଲସାରେ ରହୁଛନ୍ତି । ମାତ୍ର ତାଙ୍କ ପାଖରେ ଆହୁରି ଅନେକ ଠିକଣା ରହିଛି । ବର୍ଲିର ଆନିବେସାନ୍ତ ରୋଡ ସ୍କାଇଲାର୍କ ଟାୱରରେ ମଧ୍ୟ ତାଙ୍କର ଘର ରହିଛି । ଆଉ ଏକ ଘର ଦୁବାଇରେ ମଧ୍ୟ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More