Only for Entertainment

ଶେଷରେ ନିଶା ପାଇଁ ଆଳିଆଗଦାରେ ପଡ଼ିଥିବା ସାନିଟାରୀ ପ୍ୟାଡ଼କୁ କରୁଯାଉଛି ବ୍ୟବହାର !

WORLD OF BUZZ
78

ନିଶା ପାଇଁ ଡ୍ରଗ୍ସ, ମଦ, ଗଂଜେଇ ଇତ୍ୟାଦି ସେବନ କରିବା ବିଷୟରେ ଆପଣ ଶୁଣିଥିବେ, କିନ୍ତୁ କିଛି ଲୋକ ନିଶା ପାଇଁ ସାନିଟାରୀ ପ୍ୟାଡ୍‌ର ବ୍ୟବହାର କରୁଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ।

 

ମିଳିଥିବା ସୂଚନାନୁଯାୟୀ ଇଣ୍ଡୋନେସିଆରେ ଯୁବଗୋଷ୍ଠୀ ଟଙ୍କା ଅଭାବରୁ ମଦ କିମ୍ବା ସିଗାରେଟ୍ ଭଳି ନିଶା ସେବନ କରିପାରୁନାହାଁନ୍ତି । ଏଥିପାଇଁ ସେମାନେ ଅଳିଆ ଗଦାରେ ପଡିଥିବା ସାନିଟାରୀ ପ୍ୟାଡକୁ ସଂଗ୍ରହ କରି ଏହାକୁ ପାଣିରେ ଫୁଟାଇ ନିଶା ତିଆରି କରି ସେହି ପାଣି ପିଅନ୍ତି । କାହିଁକିନା ଏହା ନିଶାର ସବୁଠାରୁ ଶସ୍ତା ମାଧ୍ୟମ । ସେଥିପାଇଁ ଯୁବଗୋଷ୍ଠୀ ଦ୍ରୁତ ଗତିରେ ଏହି ନିଶା ଆଡକୁ ଆକର୍ଷିତ ହେଉଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ନିଶା ପାଇଁ ସାନିଟାରୀ ପ୍ୟାଡର ବ୍ୟବହାର ମାରାତ୍ମକ ହୋଇପାରେ । ଏହି ବିଷୟରେ ସେଠାକାର ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ପ୍ରକୃତରେ ସାନିଟାରୀ ପ୍ୟାଡରେ ସୋଡିୟମ ପଲିକ୍ରାଇଲେଟ୍ ଥାଏ, ଯାହା ମାସିକ ଧର୍ମ ସମୟରେ ଶରୀରର ଦୂଷିତ ରକ୍ତକୁ ଶୁଖେଇବାରେ ସାହାଯ୍ୟ କରେ । ଏହାକୁ ଗିଳିବା ବହୁତ ଘାତକ ହୋଇପାରେ । କିନ୍ତୁ ତଥାପି ବି ଲୋକ ଏହାକୁ ନିଶା ଭାବେ ବ୍ୟବହାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More