Only for Entertainment

ସାମ୍ନାକୁ ଆସିଲା ୧୦୦ଟଙ୍କିଆ ମୁଦ୍ରା, କ୍ଷୀର, ଦହି ଏଥିରେ କିଣି ପାରିବେ ନାହିଁ ଜାଣନ୍ତୁ !

25

ମୋଦି ସରକାର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ତାଙ୍କ ୯୪ତମ ଜନ୍ମ ଦିବସର ଠିକ ଗୋଟିଏ ଦିନ ପୂର୍ବରୁ ୧୦୦ଟଙ୍କିଆ ମୁଦ୍ରା ଜାରି କରିଛନ୍ତି, ଯେଉଁଥିରେ ଅଟଳ ବିହାରୀ ବାଜପେୟୀଙ୍କ ଛବି ରହିଛି । ଏହି ମୂୂଦ୍ରା ବର୍ତ୍ତମ।।ନ ଚାଲିଥିବା ୧, ୨, ୫, ୧୦ ଟଙ୍କିଆ ମୂଦ୍ରା ଠାରୁ ଭିନ୍ନ ରହିଛି । ଏହି ମୁଦ୍ରା ସାଧାରଣ ମୁଦ୍ରା ଭଳି ପ୍ରଚଳନ ହେବ ନାହିଁ । ଏହି ମୁଦ୍ରାକୁ ୩,୩୦୦ରୁ ୩,୫୦୦ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଦରରେ ବିକ୍ରି କରାଯିବ ।

ଆଜ୍ଞା ହଁ ଏହି ମୁଦ୍ରା ୪ଟି ଧାତୁରେ ନିର୍ମିତ ହୋଇଛି । ଏହି ୩୫ଗ୍ରାମ ମୁଦ୍ରାରେ ୫୦ପ୍ରତିଶତ ଚାନ୍ଦୀ, ୪୦ପ୍ରତିଶତ ତମ୍ବା ୫ପ୍ରତିଶତ ଦସ୍ତା ଏବଂ ୫ପ୍ରତିଶତ ନିକେଲ ରହିଛି ।

ଏହି ମୁଦ୍ରାର ଗୋଟେ ପଟେ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ରହିଛି, ଅନ୍ୟ ପଟେ ଅଶୋକ ସ୍ତମ୍ଭ ରହିଛି । ସ୍ତମ୍ଭ ତଳେ ସତ୍ୟମେବ ଜୟତେ ଏବଂ ୧୦୦ଟଙ୍କା ଲେଖା ଯାଇଛି । ଏହାବ୍ୟତୀତ ଇଂରାଜୀ ତଥା ହିନ୍ଦୀରେ ‘ଭାରତ’ ଲେଖା ହୋଇଛି ।

ରିପୋର୍ଟ ମୁତାବକ ଏହି ମୁଦ୍ରା ଡିଜାଇନ ଏବଂ କାମ ମୁମ୍ବାଇର ଟକସାଲରେ ହୋଇଛି । ଏଠାରେ କହି ରଖୁଛୁ ଯେ ଆପଣ ଏହି ମୁଦ୍ରା ଟକସାଲରୁ କିଣି ପାରିବେ ।

ଚଳିତ ବର୍ଷ ୧୬ଅଗଷ୍ଟରେ ଅଟଳ ବିହାରୀ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା । ଉତ୍ତରାଖଣ୍ଡ ସରକାର ‘ଡେରାଡୁନ ଏୟାରପୋର୍ଟ’ ନାଁ ବଦଳାଇ ଅଟଳଜୀଙ୍କ ନାଁ ରଖିବାକୁ ଘୋଷଣା କରିଥିଲେ । ସେହିଭଳି ଲଖନଉର ପପୁଲାର ହଜରତଗଂଜ ର ନାଁ ବଦଳାଇ ରଖାଯାଇଛି ‘ଅଟଳ ଚୌକ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More