Only for Entertainment

ଯାହା କେବେ ମଧ୍ୟ ହୋଇନାହିଁ, ତାହା ବଲିଉଡରେ ପ୍ରଥମ ଥର ହେବ, ନୱାଜୁଦ୍ଦିନଙ୍କ ଫିଲ୍ମକୁ ନେଇ ଆସିଲା ନୂଆ ନିଷ୍ପତ୍ତି ।

indiatvnews.com
39

ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି ବାଲ ଠାକରେଙ୍କ ଜିବନୀ ଉପରେ ନିର୍ମିତ ଫିଲ୍ମ ଠାକରେ । ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ସୱାଜୁଦ୍ଦିନ ସିଦ୍ଦିକୀ । ବାସ୍ତବରେ ଜାନୁୟାରୀ ୨୩ରେ ହେଉଛି ବାଲ ଠାକରେଙ୍କ ଜନ୍ମଦିନ, ଯେଉଁ କାରଣରୁ ତାହାକୁ ଆଖି ସାମ୍ନାରେ ରଖି ଫିଲ୍ମକୁ ୨୫ ଜାନୂୟାରୀରେ ରିଲିଜ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକରି ଦେବାଭଳି କଥା ସାମ୍ନାକୁ ଆସିଛି । ଯାହା ବଲିଉଡ ସିନେମାରେ ପୂର୍ବରୁ କେବେ ମଧ୍ୟ ହୋଇନାହିଁ ।ବାସ୍ତବରେ ଫିଲ୍ମ ଠାକରେ ଭୋର ୪ଟାରେ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି । କିନ୍ତୁ କୁହାଯାଉଛି ଏହା ପଛରେ ଏକ ବଡ଼ କାରଣ ରହିଛି ।

ସୂଚନା ମୁତାବକ, ଆଇମାକ୍ସ ଓ୍ଵଡ଼ାଲାରେ(ମୁମ୍ବାଇ) ଫିଲ୍ମର ପ୍ରଥମ ସୋ’ ସକାଳ ୪.୧୫ରେ ରଖା ଯାଇଥିବା ଜଣା ପଡ଼ିଛି । ସିନେମା ହଲର ମାଲିକଙ୍କ କହିବା ଅନୁଯାୟୀ,ବାଲା ସାହେବ୍‌ଙ୍କୁ ନେଇ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ସମସ୍ତଙ୍କ ମନରେ ବାଲା ସାହେବଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସାହ ରହିଛି । ଖାସ୍‌ କରି ମହାରାଷ୍ଟ୍ରରେ ଲୋକମାନଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ଭରି ରହିଥିବାରୁ ଫିଲ୍ମକୁ ସକାଳ ୪.୧୫ରେ ରିଲିଜ୍‌ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More