Only for Entertainment

ଭର୍ସଟାଇଲ ଅଭିନେତା ରାଜକୁମାର ରାଓ ଧଡକ ଗର୍ଲଙ୍କ କ୍ରଶ, ରିଅଲ ଲାଇଫରେ ଖୁବ ଫ୍ଲର୍ଟି ଅଟନ୍ତି ଜାହ୍ନବୀ !

40

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ୍ସଙ୍କ ମଧ୍ୟରୁ ଜଣେ । ଫିଲ୍ମ ଧଡକ’ରେ ଡେବ୍ୟୁ କରିଥିବା ଜାହ୍ନବୀ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ତାଙ୍କୁ ଫଲୋ କରନ୍ତି । ଜାହ୍ନବୀ ଅନେକ ସମୟରେ ନିଜ ମନ କଥା ଫ୍ୟାନ୍ସଙ୍କ ସହ ଶେୟାର କରନ୍ତି । ନିକଟରେ ସେ ଖୁଲାସା କରିଛନ୍ତି ଯେ ସେ ଜଣେ ଫ୍ଲର୍ଟି ଅଟନ୍ତି ।

ଅସଲରେ ଜାହ୍ନବୀ ଅନାଇତା ଶ୍ରଫ ଅଦଜାନିଆଙ୍କ ସହ କଥା ହେଉଥିବା ବେଳେ ଜିନ ଜୀବନ ସହ ଜଡିତ ଅନେକ କଥା ଶେୟାର କରିଥିଲେ । ସେ କହିଛନ୍ତି ଯେ ଏଠାକାର ଲୋକମାନଙ୍କୁ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା, କିନ୍ତୁ ସେ ମଧ୍ୟ ଲୋକଙ୍କ ବିଷୟରେ ଜାଣିବା ପାଇଁ ରୁଚି ରଖନ୍ତି ।

ଜାହ୍ନବୀ ଏଠାରେ ଖୁଲାସା କରିଛନ୍ତି ଯେ ଲମ୍ବା ସମୟ ଧରି ଭର୍ସଟାଇଲ ଅଭିନେତା ରାଜକୁମାର ରାଓ ତାଙ୍କର ପସନ୍ଦ ଅଟନ୍ତି । କେବଳ ସେତିକି ନୁହେଁ ନିଜ ଭଲ ପାଇବାକୁ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଥିଲେ । ଜାହ୍ନବୀଙ୍କ କହିବା ମୁତାବକ ସେ ଅନେକ ସାରା କମେଂଟ କରିଥିଲେ ଯେତେବେଳେ ତାଙ୍କ ପବ୍ଲିକ ଭେରିଫାଇଡ ଆକାଉଂଟ ହୋଇ ନଥିଲା । ସେ ସମୟରେ ପ୍ରାଇଭେଟ ଅକାଉଂଟ ଥିଲା । ରାଜକୁମାର ରାଓଙ୍କୁ ଏ ସବୁ ଜଣା ନାହିଁ , ସେ ଏହାକୁ କିଭଳି ଡିଲ କରିବେ ବୋଲି ମଧ୍ୟ ବୁଝି ପାରନ୍ତି ନାହିଁ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ କିଛି ଦିନ ହେବ ଧଡକ ଗର୍ଲ କାରଗିଲ ଗର୍ଲ ଗୁଂଜନ ସକସେନାଙ୍କ ବାୟୋପିକ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ମିର୍ଜାପୁର ଫେମ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିବେ । ଏହି ବାୟୋପିକ ବ୍ୟତୀତ ଜାହ୍ନବୀ ଫିଲ୍ମ ନିର୍ମାତା ଦିନେଶ ବିଜନଙ୍କ ଫିଲ୍ମ ରୁହ-ଅଫଜା ତଥା କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ତଖ୍ତ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More