Only for Entertainment

ଋଷି କପୁରଙ୍କ କେଶ ଧଳା ହେଉଥିବା ଦେଖି ଚିନ୍ତାରେ ପ୍ରଶଂସକ

youtube
13

କିଛି ଦିନ ହେବ ବଲିଉଡ୍‌ କଳାକାରମାନଙ୍କର ଶାରୀରିକ ସମସ୍ୟା ପାଇଁ ସେମାନଙ୍କ ପ୍ରଶଂସକ ଚିନ୍ତିତ ହେଉଥିବା ଦେଖା ଯାଇଛି । ଇର୍‌ଫାନ୍‌ ଖାନ୍‌ ଏବଂ ସୋନଲି ବେନ୍ଦ୍ରେଙ୍କ ଶାରୀରିକ ସମସ୍ୟା ବିଷୟରେ ଜଣା ପଡ଼ିବା ପରେ ଏବେ ଅଭିନେତା ଋଷି କପୁରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ଜିନ୍ତାରେ ପକାଇଛି । ଋଷି କପୁରଙ୍କର କେଉଁ ଶାରୀରିକ ସମସ୍ୟା ରହିଛି ତାହା ଜଣା ପଡ଼ି ନଥିବା ବେଳେ ହଠାତ୍‌ ତାଙ୍କ କେଶ ଧଳା ହୋଇଯିବା ଘଟଣା ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏବେ ନିଜ ପ୍ରଶଂସକଙ୍କ ମନରୁ ସେ ସବୁ ପ୍ରଶ୍ନକୁ ଦୂର କରିବା ପାଇଁ ଋଷି କପୁର ଏକ ଟୁଇଟ୍‌ କରିଛନ୍ତି । ଯାହା ମାଧ୍ୟମରେ ସେ ନିଜ ଧଳା କେଶ ପଛର କାରଣ ଜଣାଇଛନ୍ତି ।

କରିଥିବା ଟୁଇଟ୍‌ ଅନୁଯାୟୀ, ମୋ କେଶ ଧଳା ହେବା ପଛର କାରଣ ହେଉଛି ହନି ତ୍ରେହାନ୍‌ ଏବଂ ସୋନି ପିକ୍‌ଚର୍ସର ପ୍ରଯୋଜନାରେ ନିର୍ମାଣ ହେଉଥିବା ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ହିତେଶ ଭାଟିଆ ଦେଇଥିବା ବେଳେ ମୋ କେଶକୁ ଧଳା ରଙ୍ଗ କରିଛନ୍ତି ଅଓ୍ଵନ କଣ୍ଟ୍ରାକ୍ଟର । ଫିଲ୍ମର ଟାଇଟଲ ଏ ପର୍ଯ୍ୟନ୍ତ ସ୍ଥିର କରାଯାଇ ନଥିବା ବେଳେ ଆମେରିକାରେ ରହି ନିଜ ଅଜଣା ରୋଗର ଚିକିତ୍ସା କରାଉଛନ୍ତି ଋଷି କପୁର । କେଶ ଧଳା ହେବା ପଛରେ ତାଙ୍କୁ ହୋଇଥିବା ରୋଗର କୌଣସି ହାତ ନାହିଁ ବୋଲି ଋଷି ସ୍ପଷ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More