ଆଇସକ୍ରିମ ବିକିବା ଲାଗି ମଜବୁର ଅର୍ଜୁନ ପୁରସ୍କାର ବିଜେତା ଏହି ବକ୍ସର(ମୁଷ୍ଟିଯୋଦ୍ଧା) !
ଗତ କିଛି ବର୍ଷ ହେବ ଅନ୍ତର୍ଜାତିକ ସ୍ତରରେ ଭାରତୀୟ ଖେଳାଳୀଙ୍କ ପ୍ରଦର୍ଶନରେ ସୁଧାର ଆସିଛି । ଖେଳାଳୀ ଭଲ ପ୍ରଦର୍ଶନ କରୁଥିବାରୁ ସରକାର ମଧ୍ୟ ସେମାନଙ୍କ ଉପରେ ଧ୍ୟାନ ଦେଉଛନ୍ତି । ସେମାନଙ୍କୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନେକ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି । ଖେଳାଳୀ ମାନଙ୍କୁ ଖେଳ ପରେ ସରକାରୀ ଚାକିରୀ ଏବଂ ଟଙ୍କା ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି ।
ଖେଳାଳୀ ମାନଙ୍କୁ ପୋତ୍ସାହନ ଦେବା ଦିଗରେ ହରିୟାଣା ଆଗରେ ରହିଛି । ମାତ୍ର କ୍ୟୁବା ଅର୍ଥାତ ମୁଷ୍ଟିଯୋଦ୍ଧା ଖେଳାଳୀ ମଣ୍ଡି କୁହାଯାଉଥିବା ଭିବାନୀରୁ ପାଖରୁ କିଛି ଏଭଳି ଖବର ଶୁଣିବାକୁ ମିଳିଛି ଯେ ୨୦୦୮ରେ ବେଜିଂ ଓଲମ୍ପିକରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିବା ଦିନେଶ କୁମାର ରେଢୀ ନିଜ ବାପାଙ୍କ ସହ ଆଇସକ୍ରିମ ବିକ୍ରି କରିବା ଲାଗି ମଜବୁର ଅଟନ୍ତି ।
My father took loan so that I could play at international tournaments. To repay the loan, I have to sell ice-creams with him. Neither the present nor the previous government helped me. I request the govt to help and give me a stable job: Dinesh Kumar. pic.twitter.com/6lQAOvtOmA
— ANI (@ANI) October 28, 2018
ଦିନେଶ ଦେଶ ପାଇଁ ପ୍ରତିନିଧିତ୍ୱ କରି ବିଭିନ୍ନ ଅନ୍ତରାଷ୍ଟ୍ରୀୟ ସ୍ତରରେ ୧୭ଟି ସ୍ୱର୍ଣ୍ଣ , ୧ଟି ରୌପ୍ୟ ପଦକ ଏବଂ ୫ଟି କାଂସ ଜିତିଛନ୍ତି । ତାଙ୍କୁ ସଫଳ କରିବା ଲାଗି ତାଙ୍କ ବାପା ଅନେକ ଧାର କରଜ କରିଥିବା କାରଣରୁ ସେ ଏଭଳି ଆଇସକ୍ରିମ ବିକିବା ଲାଗି ବାଧ୍ୟ ହୋଇଛନ୍ତି । କାରଣ ତାଙ୍କୁ ଜୀବିକା ନିର୍ବାହ କରିବା ଲାଗି ଏବଂ କରଜ ମୁକ୍ତ ହେବା ଲାଗି ଏଭଳି କରିବାକୁ ପଡିଥିବା କହିଛନ୍ତି ଏବଂ ଏହାସହ ସେ ସରକାରଙ୍କୁ ଗୁହାରୀ ମଧ୍ୟ କରିଥିବା କହିଛନ୍ତି ।
ଏଠାରେ ଆମେ କହି ରଖୁଛୁ ଯେ ୩୦ବର୍ଷୀୟ ଦିନେଶ ୨୦୧୦ରେ ଗ୍ୟାଙ୍ଗଜୁ ଏସିଆଇ ଖେଳରେ ବକ୍ସିଂରେ ଲାଇଟ ହେଭିୱେଟ ବର୍ଗ ସ୍ତରରେ ରଜତ ପଦକ ଜିତିଥିଲେ ।