Only for Entertainment

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ଏହି ବଡ ପୁରସ୍କାର, କେନ୍ଦ୍ରୀୟମନ୍ତ୍ରୀ ପ୍ରକାଶ ଜାବଡେକର ଟ୍ୱିଟରରେ କଲେ ଘୋଷଣା

latestly
32

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ‘ଇଣ୍ଟରନ୍ୟାସନାଲ ଇଡିଆନ ଫିଲ୍ମ ଫେଷ୍ଟିଭାଲ’ ରେ ‘ଆଇକନ ଅଫ ଗୋଲଡେନ ଜୁବଲୀ’ ପୁରସ୍କାରରେ ସମ୍ମାନୀତ କରାଯିବ । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡେକର ଟ୍ୱିଟ କରି ଏହି ବିଷୟରେ ଘୋଷଣା କରି କହିଛନ୍ତି ଭାରତୀୟ ସିନେମାରେ ଅତୁଳନୀୟ ଯୋଗଦାନ ପାଇଁ ରଜନୀକାନ୍ତଙ୍କୁ ଏହି ପରସ୍କାରରେ ସମ୍ମାନୀତ କରାଯିବ । ‘ଆଇଏଫଏଫଆଇ’ର ଏହା ୫୦ ବର୍ଷ ଏବଂ ଆହାର ଆୟୋଜନ ଗୋଆରେ କରାଯିବ ।

ଏହି ଅବସରରେ ଫିଲ୍ମ ଏବଂ ରାଜନୀତି ସହ ଜଡିତ ଅନେକ ପ୍ରସିଦ୍ଧ ବ୍ୟକ୍ତି ନଜର ଆସିବେ । କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାକଶ ଜାବଡେକର ଟ୍ୱିଟ କରି ଲେଖିଛନ୍ତି, ‘ଅନେକ ବର୍ଷ ହେବ ଭାରତୀୟ ସିନେମାରେ ନିଜର ମହାନା ଯୋଗଦାନ ପାଇଁ ଶ୍ରୀ ରଜନୀକାନ୍ତଙ୍କୁ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ରେ ଆଇକନିକ ଅଫ ଗୋଲଡେନ ଜୁବଲୀ ପୁରସ୍କାରରେ ସମ୍ମାନୀତ କରାଯିବ ।’

ନିକଟରେ ଖବର ସାମ୍ନାକୁ ଆସିଥିଲା ଯେ, ଅମିତାଭ ବଚ୍ଚନଙ୍କୁ ତାଙ୍କର ସବୁଠାରୁ ପ୍ରଭାବଶାଳୀ ଫିଲ୍ମ ଗୁଡିକ ପାଇଁ ସମ୍ମାନୀତ କରାଯିବ । ଏହା ସହିତ ୭୬ଟି ଦେଶରେ ପାଖାପାଖି ୨୦୦ ଫିଲ୍ମର ସ୍କ୍ରିନିଂ ଏଠାରେ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More