Only for Entertainment

ଗୁଜରାଟର ଅହମ୍ମଦାବାଦ ଠାରେ ୭-୧୪ ଜାନୁଆରୀରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ, ଜାଣନ୍ତୁ ଏହାର ଇତିହାସ ଏବଂ ମହତ୍ତ୍ୱ

bollywoodlife
59

ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହେବାକୁ ଥିବା ଅନ୍ତରାଷ୍ଟ୍ରୀୟ ଗୁଡ଼ି ମହୋତ୍ସବକୁ ସମସ୍ତେ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ଏହା ପ୍ରାୟ ଏକ ସପ୍ତାହ ଧରି ଚାଲେ ଏବଂ ଏହାର ବିସ୍ତୃତ ପ୍ରଣାଳୀ ଦର୍ଶକଙ୍କ ମନୋରଂଜନ କରେ । ଏହି ବର୍ଷ ଗୁଡ଼ି ମହୋତ୍ସବ ଜାନୁୟାରୀ ୭ରେ ଆରମ୍ଭ ହୋଇ ଜାନୁୟାରୀ ୧୪ରେ ସମାପ୍ତ ହେବ । ଏହି ମହୋତ୍ସବକୁ ବିଶ୍ୱ ସ୍ତରରେ ଯଥେଷ୍ଟ ମାନ୍ୟତା ମିଳିଛି । ଏହି ଦିନ ମାନଙ୍କରେ ଆକଶରେ ରଙ୍ଗ ବେରଙ୍ଗର ଗୁଡ଼ି ଉଡ଼ାଯାଏ । ଏହା ୧୯୮୯ରୁ ଆରମ୍ଭ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ଦର୍ଶକଙ୍କ ମନୋରଂଜନ କରିବାରେ ସକ୍ଷମ ହୋଇଛି ।

ଉକ୍ତ ଗୁଡ଼ି ମହୋତ୍ସବର ଖାସ କଥା ହେଉଛି ଏକ ମାସ ପୂର୍ବରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଏହା ଏଭଳି ଏକ ପର୍ବ ଯାହା ବିଶ୍ୱର ବିଭିନ୍ନ ଦେଶର ଧ୍ୟାନ ଆକର୍ଷଣ କରେ । ଏହି ଦିନ ମକର ସଂକ୍ରାନ୍ତି ନାମରେ ମଧ୍ୟ ଜଣାଶୁଣା । ଅହମ୍ମଦାବାଦ ବ୍ୟତୀତ ସୁରଟ, ବଡ଼ୋଦରା ଓ ରାଜକୋଟକୁ ମଧ୍ୟ ଗୁଡ଼ି ଉଡ଼ାଣର କେନ୍ଦ୍ର ବୋଲି କୁହାଯାଏ । ଏହି ମହୋତ୍ସବ ଶୀତ ଋତୁର ଶେଷ ହେବାର ସଙ୍କେତ ଏବଂ ଗ୍ରୀଷ୍ମଋତୁକୁ ଆହ୍ୱାନ ଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More