Only for Entertainment

ମୁମ୍ବାଇରେ ହଲିଉଡ ପପ୍ ଷ୍ଟାର Katy Perry, ସ୍ୱାଗତ କରି କରଣ ଜୋହର ଦେବେ ପାର୍ଟି

latestly
88

ହଲିଉଡ ପପ ଷ୍ଟାର କୈଟି ପେରୀ ଖୁବ ଶୀଘ୍ର ମୁମ୍ବାଇରେ ପର୍ଫମ କରିବା ପାଇଁ ଯାଉଛନ୍ତି । କୈଟୀ ପେରୀଙ୍କ କନସର୍ଟକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଏହି କନସର୍ଟ ପାଇଁ କୈଟୀ ପେରୀ ମୁମ୍ବାଇରେ ପହଁଚିଛନ୍ତି । ତାଙ୍କୁ ସୋମବାର ମୁମ୍ବାଇର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସ୍ପଟ କରାଯାଇଛି । ଶୁଣିବାକୁ ମିଳୁଛି, ପପ ଗାୟିକା କୈଟିଙ୍କ ପ୍ରଥମଥର ପାଇଁ ଏହି ସହରକୁ ଆସିଥିବାରୁ ଫିଲ୍ମମେକର କରଣ ଜୋହର ତାଙ୍କୁ ୱେଲକମ ପାର୍ଟି ଦେବେ । ଯେଉଁଥିରେ ବି-ଟାଉନର ଅନେକ ନାମିଦାମୀ କଳାକାରଙ୍କୁ ଏହି ପାର୍ଟିକୁ ନିମନ୍ତ୍ରଣ କରିବେ ।

ଖବର ଅନୁସାରେ କରଣ କେଟୀଙ୍କ ପାଇଁ ଡିନର ଏବଂ କକଟେଲ ପାର୍ଟି ରଖିବେ । କିନ୍ତୁ ଏହି ପାର୍ଟି କେବେ ଆୟୋଜନ ହେବ ତାହର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ଏହା ପୂର୍ବରୁ ମଧ୍ୟ କରଣ ୱିଲ ସ୍ମିଥଙ୍କ ପାଇଁ ପାର୍ଟି ରଖିଥିଲେ ।

 

 

View this post on Instagram

 

American Singer @katyperry clicked today at the Airport . #katyperry #paparazzi #yogenshah @yogenshah_s

A post shared by yogen shah (@yogenshah_s) on

ସୂଚନାନୁସାରେ, କୈଟୀ ପୈରୀ ୧୬ନଭେମ୍ବରରେ ହେବାକୁ ଥିବା OnePlus Music Festival ପାଇଁ ଭାରତ ଆସିଛନ୍ତି । ଏହି ଶୋ’ ରେ ତାଙ୍କୁ ଏକ ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ ଦର୍ଶକ । ଏହି ଇଣ୍ଟରନ୍ୟାସନାଲ ଷ୍ଟାରଙ୍କ ସହିତ ଇଣ୍ଡିଆନ ମ୍ୟୁଜିସିଆନ ଅମିତ ତ୍ରିବେଦୀ, ରିତବିଜ, ଦ ଲୋକଲ ଟ୍ରେନ ବ୍ୟାଣ୍ଡ ଏବଂ ଏଜେ ବି କିପ ସର୍ଚିଙ୍ଗ ବ୍ୟାଣ୍ଡ ମଧ୍ୟ ଏହି ମ୍ୟୁଜିକ ଫେସ୍ଟିଭାଲରେ ନିଜର ଯାଦୁ ଦେଖାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More